Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପଞ୍ଜାବ ସରକାରଙ୍କୁ ଟିକା ଦେବାକୁ ମନା କଲା ମୋଡର୍ଣ୍ଣା, କହିଲା- ଡିଲ୍ କେବଳ କେନ୍ଦ୍ର ସହିତ ରାଜ୍ୟ ସହ ନୁହେଁ

23/05/2021 at 8:11 PM

ନୂଆଦିଲ୍ଲୀ ୨୩।୦୫: କରୋନା ଭାଇରସ୍‌ ଭ୍ୟାକ୍ସିନର ଉତ୍ପାଦନ କରୁଥିବା କମ୍ପାନୀ ମୋଡର୍ଣ୍ଣା ଟିକା କିଣିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ  ଅସ୍ଵୀକାର କରିଛି। ଏହି ସୂଚନା ରବିବାର ରାଜ୍ୟର ନୋଡାଲ ଅଧିକାରୀ ବିକାଶ ଗର୍ଗ  ଦେଇଛନ୍ତି। ଗର୍ଗ କହିଛନ୍ତି, ମୋଡର୍ଣ୍ଣା ନିଜ ନୀତିର ଦ୍ଵାହି ଦେଇ ରାଜ୍ୟ ସରକାରଙ୍କୁ ଟିକା ବିକିବାକୁ ମନା କରି ଦେଇଛି। ସଂପ୍ରତି ଦେଶରେ କୋଭିସିଲ୍ଡ, କୋଭାକ୍ସିନରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ନିକଟ ଦିନରେ ସାମିଲ ହୋଇଛି ସ୍ପୁଟନିକ ଭି।

ମୋଡର୍ଣ୍ଣା କହିଛି, କମ୍ପାନୀ କେବଳ କେନ୍ଦ୍ର ସହିତ ଚୁକ୍ତି କରି ପାରିବ, କିନ୍ତୁ ରାଜ୍ୟ ସହ କିମ୍ବା ଘରୋଇ ସଂସ୍ଥା ସହ କରି ପାରିବ ନାହିଁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପ୍ରଶାସନ ସ୍ପୁଟନିକ ଭି, ଫାଇଜର, ମୋଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ ପାଇଁ କମ୍ପାନୀଙ୍କ ସହ ଯୋଗାଯୋଗ କରିଥିଲେ।

ରାଜ୍ୟ ସରକାର ଏହା ମଧ୍ୟ  କହିଛନ୍ତି, ଗତ ତିନି ଦିନରେ ଟିକା ଅଭାବ କାରଣରୁ ରାଜ୍ୟ ସରକାରଙ୍କୁ ଟିକାକରଣ ରୋକିବାକୁ ପଡିଛି। ରାଜ୍ୟ ସରକାରଙ୍କୁ କେନ୍ଦ୍ରଠୁ ଏ ପର୍ଯ୍ୟନ୍ତ ୪୪ ଲକ୍ଷରୁ କମ ଭ୍ୟାକ୍ସିନ ଡୋଜ୍ ମିଳିଛି। ରାଜ୍ୟରେ ଆଜି ୧୭୨ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୨,୮୮୮ ରେ ପହଞ୍ଚିଛି।

   Related Posts