ଆମେରିକା ଔଷଧ କମ୍ପାନୀ Moderna କୋଭିଡ୍-୧୯ ଭ୍ୟାକସିନ୍‌ର ପ୍ରଥମ ପରୀକ୍ଷଣରେ ପାସ୍, ଜୁଲାଇ ୨୭ରେ ଶେଷ ପର୍ଯ୍ୟାୟ ପରୀକ୍ଷଣ

Published By : Prameya-News7 Bureau | July 15, 2020 IST

ୱାସିଂଟନ ୧୫/୦୭ : ଆମେରିକା ଔଷଧ କମ୍ପାନୀ Moderna ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ଓ କରୋନା ଏକ୍ସପର୍ଟ ଡାକ୍ତର ଏଂଥନୀ ଫାଉଚିଙ୍କ ଟିମ ଦ୍ୱାରା ବିକଶିତ କରାଯାଉଥିବା କରୋନା ଭ୍ୟାକସିନ ପ୍ରଥମ ପରୀକ୍ଷଣରେ ପାସ ହୋଇଛି | ଏଂଥନୀ କହିଛନ୍ତି ଯେ ପ୍ରଥମ ପରୀକ୍ଷଣରେ ଲୋକଙ୍କୁ ଠିକ ସେହିଭଳି ଲାଭ ମିଳିଛି ଯାହା ଆଶା କରାଯାଇଥିଲା | ଏହା ଏକ ଭଲ ଖବର ଏବଂ ସ୍ପଷ୍ଟ ଭାବେ କୁହାଯାଇପାରିବ ଯେ ଲୋକଙ୍କ ପାଇଁ ଭ୍ୟାକସିନ ଉପଲବ୍ଧ ହେବ |

ଡ.ଏଂଥନୀ ସମାଚାର ଏଜେନ୍ସି ରାଏଟର୍ସକୁ କହିଛନ୍ତି ଯେ, ଭ୍ୟାକସିନର ଆଉ ଏକ ପରୀକ୍ଷଣ ଜୁଲାଇ ୨୭ ତାରିଖରେ ହେବ ଏବଂ ପାଖାପାଖି ୩୦ ହଜାର ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯିବ | ଏହି ପରୀକ୍ଷଣ ପରେ ସ୍ପଷ୍ଟ ହୋଇଯିବ ଯେ ଏହି ଭ୍ୟାକସିନ ମାନବ ଶରୀରକୁ କରୋନା ଭାଇରସରୁ ରକ୍ଷା କରିପାରିବ | ଏହା ପୂର୍ବରୁ ରିସର୍ଚ୍ଚ ଟିମ ୪୫ ସ୍ବେଚ୍ଛାସେବକଙ୍କ ଉପରେ ପରୀକ୍ଷଣ କରିଥିଲା ଯାହାର ଫଳାଫଳ ମଙ୍ଗଳବାର ଦିନ ଜାରି କରାଯାଇଥିଲା | ରିପୋର୍ଟ ଅନୁଯାୟୀ, ଏହି ସ୍ୱେଚ୍ଛେସେବକଙ୍କ ଶରୀରରେ ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟି ବଡି ବିକଶିତ ହୋଇଛି ଯାହା ଇନଫେକ୍ସନକୁ ରୋକିବାକୁ ମହତ୍ଵପୁର୍ଣ ଏବଂ କରୋନା ଭଳି ଭାଇରସ ସହ ଲଢ଼ିବାରେ ସକ୍ଷମ ମଧ୍ୟ |

wp:core-embed/twitter {"url":"https://twitter.com/Reuters/status/1283106558675746817","type":"rich","providerNameSlug":"twitter","className":""}
https://twitter.com/Reuters/status/1283106558675746817
/wp:core-embed/twitter

ରିସର୍ଚ୍ଚ ଟିମ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡ଼ିସିନରେ ଲେଖିଛନ୍ତି ଯେ ଭ୍ୟାକସିନ ନେଇଥିବା ସ୍ବେଚ୍ଛାସେବକଙ୍କ ରକ୍ତରେ ସେତିକି ଆଣ୍ଟି ବଡି ମିଳିଛି ଯେତିକି କୋଭିଡ-୧୯ ରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ ମିଳିଥାଏ | ୱାସିଂଟନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସହ ଜଡିତ ଡ.ଲିସା ଜ୍ୟାକସନ କହିଛନ୍ତି ଯେ ପରୀକ୍ଷଣରେ ଆଗକୁ ବଢିବା ପାଇଁ ଏହା ଜାଣିବା ନିହାତି ଆବଶ୍ୟକ ଯେ ଭ୍ୟାକସିନ ସଂକ୍ରମଣରୁ ରକ୍ଷା କରି ପାରିବ ନା ନାହିଁ | ଭ୍ୟାକସିନ କେବେ ମିଳିବ ସେ ସମ୍ପର୍କରେ ସେ ଗ୍ୟାରେଣ୍ଟି ଦେଇପାରିବେ ନାହିଁ କିନ୍ତୁ ଚଳିତ ବର୍ଷ ଶେଷ ସୁଦ୍ଧା ପରୀକ୍ଷଣ ସମ୍ପୂର୍ଣ ହୋଇଯିବ ବୋଲି ସେ କହିଛନ୍ତି | ଏହି ଭ୍ୟାକସିନର ଦୁଇଟି ଟୀକା ଦିଆଯିବ | ଦୁଇଟି ଟୀକା ମଧ୍ୟରେ ଗୋଟିଏ ମାସର ଅନ୍ତର ରହିବ | ଏହି ଭ୍ୟାକସିନର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | ଭ୍ୟାକସିନର ଅନ୍ତିମ ପରୀକ୍ଷଣରେ ସ୍ପଷ୍ଟ ହେବ ଯେ ଏହା ସୁରକ୍ଷିତ ଏବଂ ପ୍ରଭାବଶାଳୀ ନା ନୁହେଁ ବୋଲି ବୈଜ୍ଞାନିକ କହିଛନ୍ତି | ମଙ୍ଗଳବାର ଦିନ ପ୍ରାଥମିକ ଫଳାଫଳ ଆସିବା ପରେ ଆମେରିକା ସେୟାର ବଜାରରେ Moderna ଇଙ୍କର ସେୟାର ଦାମ ୧୫ ପ୍ରତିଶତ ବୃଦ୍ଧି ପାଇଛି |

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯେଉଁ ୪୫ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି ସେ ସମସ୍ତେ ଯୁବକ | କିନ୍ତୁ ଆଗକୁ ହେବାକୁଥିବା ପରୀକ୍ଷଣରେ ବୟସ୍କଙ୍କୁ ମଧ୍ୟ ସାମିଲ କରାଯିବ | ତେବେ ଗମ୍ଭୀର ରୋଗ ସହ ପୀଡିତ କରୋନା ସଂକ୍ରମିତଙ୍କ ଉପରେ ପରୀକ୍ଷଣ ବାକି ଅଛି | ସୂଚନାଯୋଗ୍ୟ ଯେ, ଦୁନିଆର ପାଖାପାଖି ଦୁଇ ଡଜନ ଭ୍ୟାକସିନ ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ଅଛି | ଚୀନ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକସିନର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଖୁବ ଶୀଘ୍ର ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.