Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କିଛି ଦିନ ମଧ୍ୟରେ ଭାରତ​‌ରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ ମୋଡେର୍ଣ୍ଣା ଭ୍ୟାକସିନ୍ ! କୋଭିଡ୍ ଲଢେଇରେ ସାମିଲ ହେବ ଆଉ ଏକ ଅସ୍ତ୍ର

3/07/2021 at 9:57 PM

ନୂଆଦିଲ୍ଲୀ ୦୩/୦୭ : କରୋନା ବିରୁଦ୍ଧରେ ଲଢେଇ ପାଇଁ କିଛି ଦିନ ମଧ୍ୟରେ ଭାରତ ଆସିପାରେ ମୋଡେର୍ଣ୍ଣା ଭ୍ୟାକସିନ । ମୋଡେର୍ଣ୍ଣାର ପ୍ରଥମ ପର୍ଯ୍ୟାୟ ଭ୍ୟାକସିନ ଭାରତରେ ପହଞ୍ଚିବା ନେଇ ପ୍ରସ୍ତୁତି ଜାରି ରହିଥିବା ଖବର ମିଳିଛି । କିଛି ଦିନ ପୂର୍ବରୁ ମୁମ୍ବାଇର ଔଷଧ ଉତ୍ପାଦନକାରୀ କମ୍ପାନୀ ସିପ୍‌ଲାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମୋଡେର୍ଣ୍ଣା ଭ୍ୟାକସିନ୍ ନିର୍ମାଣ କରିବାକୁ ଅନୁମତି ଦେଇଥିଲେ DCGI ।

କୋଭିସିଲ୍ଡ, କୋଭାକ୍ସିନ୍‌ ଏବଂ ସ୍ପୁଟନିକ୍-ଭି ପରେ ଚତୁର୍ଥ ଭ୍ୟାକସିନ୍ ଭାବେ ମୋଡେର୍ଣ୍ଣା ଟିକାକୁ ଭାରତରେ ଉପଲବ୍ଧ ପାଇଁ ଯୋଜନା ଚାଲିଛି । ଏ ନେଇ ପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସରଞ୍ଜାମ ଯୋଗାଇଦେବ ସିପ୍‌ଲା । ଜୁନ ୨୭ ତାରିଖରେ DCGIକୁ ଏକ ଚିଠି ମାଧ୍ୟମରେ ମୋଡେର୍ଣ୍ଣା ପକ୍ଷରୁ କହାଯାଇଥିଲା ଯେ, କୋଭାକ୍ସ ଜରିଆରେ ଭାରତ ସରକାରଙ୍କୁ ଟିକା ଯୋଗାଇବାକୁ ସହମତ ହୋଇଛନ୍ତି ଆମେରିକା ସରକାର । ଏ ନେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନକୁ ଅନୁମତି ମଗାଯାଇଛି ।

ଭାରତରେ ବର୍ତ୍ତମାନ ଟିକାକରଣ ଅଭିଯାନ ଦୃତଗତିରେ ଜାରି ରହିଛି । ଆଜି ସୁଦ୍ଧା ୩୪ କୋଟିରୁ ଉର୍ଦ୍ଧ୍ବ ଭ୍ୟାକସିନ୍ ଡୋଜ ଦିଆସରିଲାଣି । କୋଭିସିଲ୍ଡ, କୋଭାକ୍ସିନ ଏବଂ ସ୍ପଟନିକ୍-ଭି ଭ୍ୟାକସିନ୍ ଭାରତର କୋଭିଡ୍ ଲଢେଇରେ ପ୍ରମୁଖ ଯୋଦ୍ଧା ସାଜିଛନ୍ତି । କରୋନା ସଂକ୍ରମଣକୁ ମାତ ଦେବାପାଇଁ ଅମୋଘ ଅସ୍ତ୍ର ଭାବେ ଭ୍ୟାକସିନକୁ ବ୍ୟବହାର କରାଯାଉଛି । ତେବେ ଏହାରି ମଧ୍ୟରେ ଆଉ କିଛି ଦିନ ମଧ୍ୟରେ ମୋଡେର୍ଣ୍ଣା ଭ୍ୟାକସିନ ଭାରତରେ ଉପଲବ୍ଧ ହେଲେ ଟିକାକରଣ କ୍ଷେତ୍ରରେ ଆଉ ଏକ ଅସ୍ତ୍ର ସାମିଲ ହେବ ।

   Related Posts