ତେଜସ୍ ଏକ୍ସପ୍ରେସର ସ୍ଲିପର୍ କୋଚ୍ ସାମ୍ନାରେ ଫେଲ୍ ଏସି କୋଚ୍: ଯାତ୍ରୀଙ୍କ ପାଇଁ ରହିଛି ଅତ୍ୟାଧୁନିକ ସୁବିଧା

Published By : Prameya-News7 Bureau | February 15, 2021 IST

ନୂଆଦିଲ୍ଲୀ ୧୫/୦୨ : ଗତ କିଛି ଦିନ ହେଲା ଭାରତୀୟ ରେଳବାଇ ହାଇଟେକ ଦିଗରେ ଆଗେଇ ଚାଲିଛି। ଏହି କ୍ରମରେ ସରକାର ଅନେକ ସ୍ପେଶାଲ ଟ୍ରେନ ଆରମ୍ଭ କରିଛନ୍ତି। ଏହିସବୁ ଟ୍ରେନରେ ଯାତ୍ରୀଙ୍କୁ ବିମାନ ଭଳି ସୁବିଧା ରହିଛି। ଏହିଭଳି ଏକ ଟ୍ରେନ ହେଲା ତେଜସ ଏକ୍ସପ୍ରେସ। ବର୍ତ୍ତମାନ ତେଜସ ଏକ୍ସପ୍ରେସରେ ସ୍ଲିପର ଯାତ୍ରୀ ବି ଯାତ୍ରା କରିପାରିବେ।

{"id":409375,"sizeSlug":"large","linkDestination":"none"}

ତେଜସ ଏକ୍ସପ୍ରେସରେ ଏସି ଚେୟାର କାର ସହ ସ୍ଲିପର କୋଚ ମଧ୍ୟ ଆରମ୍ଭ କରିବାକୁ ଯାଉଛି। ଏହୋ କୋଚ ନାମକୁ ମାତ୍ର ସ୍ଲିପର କିନ୍ତୁ ଏଥିରେ ଏସି କୋଚ ଭଳି ଅତ୍ୟାଧୁନିକ ସୁବିଧା ମିଳିବ। ଏସି ସ୍ଲିପର କୋଚର ପ୍ରଥମ ରେକ ଆନନ୍ଦ ବିହାର ଟର୍ମିନାଲ-ଅଗରତାଲା ତେଜସ ସ୍ପେଶାଲ ଏକ୍ସପ୍ରେସରେ ଲଗାଯିବ। ଏହି ଟ୍ରେନକୁ ଆଜି ଆନନ୍ଦ ବିହାର ଟର୍ମିନାଲରେ ପତାକା ଦେଖାଇ ଆରମ୍ଭ କରାଯିବ।

{"id":409376,"sizeSlug":"large","linkDestination":"none"}

ଏହି ସ୍ଲିପର କୋଚରେ ଯାତ୍ରୀଙ୍କ ଉପରେ ସିସିଟିଭି ୨୪ ଘଣ୍ଟା ନଜର ରଖିବ। ଏଥିରେ ନାଇଟ୍ ଭିଜନ୍ କ୍ୟାମେରା ଲଗାଯାଇଛି। ଏଥିରେ ନେଟୱାର୍କ ଭିଡିଓ ରେକର୍ଡର ମଧ୍ୟ ଲଗାଯାଇଛି ଯାହାଦ୍ୱାରା ଟ୍ରେନରେ ଚାଲିଥିବା ଗତିବିଧି ଉପରେ ଟ୍ରେନ ଅଧିକାରୀ ଓ ଗାର୍ଡଙ୍କ ନଜର ରହିବ। 

{"id":409374,"sizeSlug":"large","linkDestination":"none"}

ଟ୍ରେନର ସ୍ଲିପର କୋଚରେ ଶୌଚାଳୟର ଗନ୍ଧ ସବୁଠାରୁ ବଡ ସମସ୍ୟା। ତେଜସ ଏକ୍ସପ୍ରେସରେ ଏଥିପାଇଁ ଖାସ ସୁବିଧା ରହିଛି। ଯାତ୍ରୀ ନିଜ ସିଟରେ ବସି ହିଁ ଜାଣିପାରିବେ ଶୌଚାଳୟରେ କିଏ ଅଛି ନା ଖାଲି ଅଛି। ଏଥିରେ ଜଳ ଉପଲବ୍ଧତା ସୂଚନା ପାଇଁ ସେନ୍ସର ମଧ୍ୟ ଲଗାଯାଇଛି। ଶୌଚାଳୟରେ ବାୟୋ ଭେକ୍ୟୁମ ଟଏଲେଟ ସିଷ୍ଟମ ରହିଛି।

{"id":409377,"sizeSlug":"large","linkDestination":"none"}

ସିଟରେ ପିୟୁ ଫୋମକୁ ଆହୁରି ଭଲ ଭାବେ ବ୍ୟବହାର କରାଯାଇଛି। ଝରକାରେ ରୋଲର ବ୍ଲାଇଣ୍ଡ ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.