ବାରାଣାସୀରେ ପ୍ରସ୍ତୁତ ହେଲା ଦେଶର ସବୁଠାରୁ ବଡ ଅତ୍ୟାଧୁନିକ କନଭେନସନ ସେଣ୍ଟର 'ରୁଦ୍ରାକ୍ଷ' : ଉଦଘାଟନ କରିବେ ମୋଦି

Published By : Prameya-News7 Bureau | June 03, 2021 IST

ବାରାଣାସୀ ୦୩/୦୬ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ଜାପାନ ଓ ଭାରତର ବନ୍ଧୁତାର ପ୍ରତୀକ ରୁଦ୍ରାକ୍ଷ କନଭେନସନ ସେଣ୍ଟର (Rudraksh Convention Centre) ପ୍ରସ୍ତୁତ ହୋଇସାରିଛି । ଗଙ୍ଗା ଓ ଘାଟର ସାହାରା ବାରାଣାସୀ କେବେଳ ସଂସ୍କୃତି, ସଭ୍ୟତା ପାଇଁ ନୁହେଁ ବରଂ ସଂଗୀତ ଓ କଳା ପାଇଁ ମଧ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ । ସେଥିପାଇଁ ବାରାଣାସୀକୁ ସିଟି ଅଫ ମ୍ୟୁଜିକର ଆଖ୍ୟା ମଧ୍ୟ ଦିଆଯାଇଛି । ପ୍ରାଚୀନ କାଳରୁ ଗଙ୍ଗା କୂଳରେ ବଡ ବଡ କଳାକାର ନିଜ କଳାର ସାଧନା କରିଛନ୍ତି । ସୀତାରା ଦେବୀ, ପଣ୍ଡିତ କିଶନ ମହାରାଜ, ଗିରିଜା ଦେବୀ, ପଣ୍ଡିତ ରାଜନ ମିଶ୍ରଙ୍କ ଭଳି ବଡ ବଡ କଳାକାର ଏଠାରେ ଜନ୍ମ ନେଇଛନ୍ତି ।

wp:gallery {"ids":[461055],"linkTo":"none"} /wp:gallery


ବର୍ତ୍ତମାନ ବାରାଣାସୀରେ ଶିବଲିଙ୍ଗ ଆକୃତିର ଭବ୍ୟ କୋଠା ପ୍ରସ୍ତୁତ ହୋଇଛି । ଏହାର ଚାରିପଟେ ୧୦୯ ରୁଦ୍ରାକ୍ଷ ଆକୃତିରେ ନିର୍ମାଣ କରାଯାଇଛି । ଏହାର ନାଁ ମଧ୍ୟ ରୁଦ୍ରାକ୍ଷ । ଏହା ଏକ କନଭେନସନ ସେଣ୍ଟର, ଯାହା ଜରିଆରେ କାଶୀର କଳା, ସାହିତ୍ୟ, ସଂସ୍କୃତି ଓ ସଭ୍ୟତାକୁ ନୂଆ ମଞ୍ଚ ମିଳିବ ।
ଏହି କନଭେନସନ ସେଣ୍ଟରର ମୁଖ୍ୟ ଏଡ଼ିଟରିୟମ ଏତେ ବଡ ଯେ ଏକାଥରେ ୧୨୦୦ ଦର୍ଶକ ବସିପାରିବେ । ଦିବ୍ୟାଙ୍ଗଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଧାଡିର ଆଗ ଚେୟାର ପୋର୍ଟେବଲ । ଏହାକୁ ହଟାଇ ଚେୟାର ବଦଳରେ ହ୍ୱିଲ ଚେୟାର ରଖାଯାଇପାରିବ । ଏଥିପାଇଁ ପ୍ରାୟ ୧୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି କନଭେନସନ ସେଣ୍ଟରର ବିଶେଷତ୍ୱ ହେଲା ଏହାକୁ ଦର୍ଶକଙ୍କ କ୍ଷମତା ଅନୁଯାୟୀ ଛୋଟ ବଡ କରାଯାଇ ପାରିବ ।
ଏକ ବଡ ଅଡିଟୋରିୟମ୍ ସହିତ, ୧୫୦ ଜଣଙ୍କ ପାଇଁ ତଳ ମହଲାରେ ଏକ ସଭା ସମ୍ମିଳନୀ ହଲ୍ ମଧ୍ୟ ଅଛି । ପାର୍କିଂର ପାଇଁ ମଧ୍ୟ ଭଲ ବ୍ୟବସ୍ଥା କରାଯାଇଛି । ତିନି ଏକର ଜାଗାରେ ନିର୍ମିତ ଏହି କନଭେନସନ ସେଣ୍ଟର ୧୫୦ କାର ପାର୍କ କରାଯାଇପାରିବ ।

wp:gallery {"ids":[461056],"linkTo":"none"} /wp:gallery


ଏହି କନଭେନସନ ସେଣ୍ଟର ସମ୍ପୂର୍ଣ୍ଣ ଜାପାନୀ କୌଶଳରେ ନିର୍ମିତ । ପୁରା ସେଣ୍ଟରରେ ସେନ୍ସର ସିଷ୍ଟମ ରହିଛି । ଅର୍ଥାତ ସବୁକିଛି ଅଟୋମେଟିକ । ଆପଣ ଯୁଆଡେ ଯିବେ, ଲାଇଟ ଅନ ହୋଇଯିବ ଓ ବାହାରିଲେ ଲାଇଟ ମନକୁ ଅଫ ହୋଇଯିବ । କେବଳ ଏତିକି ନୁହେଁ, ସୁରକ୍ଷା, ବିଦ୍ୟୁତ୍, ଜଳ ଆଦି ସମସ୍ତ ବ୍ୟବସ୍ଥା ଗୋଟିଏ କୋଠରୀରୁ କମାଣ୍ଡ ହେବ । ଏହି ରୁଦ୍ରାକ୍ଷ ସେଣ୍ଟରରୁ ପ୍ରତିବର୍ଷ ୩୦ ଲକ୍ଷରୁ ଗୋଟିଏ କୋଟି ଟଙ୍କା ଆୟାର ହେବ ବୋଲି ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଏକାଠି ଏହାକୁ ଉଦଘାଟନ କରିବେ ବୋଲି କୁହାଯାଉଛି । ଏହାର ସଞ୍ଚାଳନ ଦାୟିତ୍ୱ ସ୍ମାର୍ଟ ସିଟିକୁ ଦିଆଯାଇଛି । ସ୍ମାର୍ଟ ସିଟି ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଇଣ୍ଡିଆନ୍ ସାନିଟେସନ୍ ୱାର୍ଡ ବଏ ଏବଂ ଉଦ୍ୟାନ କୃଷି କଣ୍ଟ୍ରାକ୍ଟରକୁ ଦେଇଛି ।

wp:gallery {"ids":[461057],"linkTo":"none"} /wp:gallery

ସ୍ମାର୍ଟ ସିଟି ଜିଏମ ଡି ବାସୁଦେବନ କହିଛନ୍ତି ଯେ କୋବିଡ ସ୍ଥିତି ସ୍ୱାଭାବିକ ହେବା ପରେ ଏହାକୁ ଖୁବ ଶୀଘ୍ର ପିଏମ ମୋଦୀ ଉଦଘାଟନ କରିବେ। ବାରାଣାସୀ ସହରର ମୂଖ୍ୟ ସ୍ଥାନରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯାଇଛି, ଯାହା କେବଳ କାଶୀ ବାସିନ୍ଦାଙ୍କୁ ନୁହେଁ ଦେଶ ତଥା ବିଦେଶର ସମସ୍ତ କଳାକାର ଏବଂ କଳା ପ୍ରେମୀଙ୍କୁ ମଧ୍ୟ ଉପକୃତ କରିବ । ଏଭଳି ଏକ ଆଧୁନିକ କନଭେନସନ ସେଣ୍ଟର ସମଗ୍ର ଦେଶରେ ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ। ଶିବଲିଙ୍ଗ ଆକୃତିର ଏହି ସେଣ୍ଟର ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ଦୁଇ ଦେଶର ମାମଲାକୁ ଦୃଷ୍ଟିରେ ରଖି ସରକାର ଏହାର ଉଦଘାଟନ ତାରିଖ ସ୍ଥିର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.