ଅତ୍ୟାଧୁନିକ କାର୍ ‘ଭେନ୍‌ଟୋସ’ର ନିର୍ମାଣ କଲେ ଭିସୁଟର ଛାତ୍ରଛାତ୍ରୀ, ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା

Published By : Prameya-News7 Bureau | August 08, 2019 IST

ସମ୍ବଲପୁର ୮|୮: ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍‌ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନେ ଏକ ଅତ୍ୟାଧୁନିକ ରେସିଂ କାର୍‌ ର ନିର୍ମାଣ କରିଛନ୍ତି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଏହି କାର୍‌ର ନାମ ରଖିଛନ୍ତି ‘ଭେନ୍‌ଟୋସ’ । କାର୍‌ ଟିର ବିଶେଷତ୍ତ୍ବ ହେଲା, ସବୁଠୁ କମ୍‌ ଇନ୍ଧନ ଖର୍ଚ୍ଚ, କିନ୍ତୁ ସର୍ବାଧିକ ସ୍ପିଡ୍‌ । ଚାଳକଙ୍କ ସୁରକ୍ଷା ଦିଗରେ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି।

{"id":142283}

ଏହାର ନିର୍ମାଣ ଲାଗି ବୁର୍ଲା ଭିସୁଟର ୩୦ଜଣ ଛାତ୍ରଛାତ୍ରୀଙ୍କୁ ୮ ମାସ ସମୟ ଲାଗିଥିବା ବେଳେ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା । ଆସନ୍ତା ମାସରେ ବେଙ୍ଗଲୁରୁରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତା, ବାହାଇସାଇ ଇଣ୍ଡିଆରେ, ଏହି କାର୍ ପ୍ରଦର୍ଶନ କରାଯିବ। ସାରା ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଅନୁଷ୍ଠାନରୁ ପ୍ରାୟ ଶହେଟି କାର୍‌ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ।

{"id":142284}

ତେବେ ଗତ ତିନିବର୍ଷ ହେଲା ଲଗାତାର ଭାବେ ଭିସୁଟ୍‌ ଏଭଳି ଇନୋଭେସନ୍‌ ଇଞ୍ଜିନିୟରିଂରେ ପ୍ରଥମ ସ୍ଥାନ ହାସଲ କରି ଆସୁଥିବାରୁ ଭେନଟୋସ ମଧ୍ୟ ସଫଳ ହେବ ବୋଲି କାର୍ ନିର୍ମାତା ଆଶା ରଖିଛନ୍ତି । ସେହିପରି ଭିସୁଟ ଇନୋଭେସନ କ୍ଲବ ମେଣ୍ଟର ବି ଆଶାବାଦୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.