୭୦ ବର୍ଷ ବୃଦ୍ଧା ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା କରାଉଛନ୍ତି ପୁଅ, ଜାଣନ୍ତୁ ଏବେ ମହିନ୍ଦ୍ରା ଗିଫ୍ଟ କରିବାକୁ ଚାହୁଁଛି କ’ଣ
24/10/2019 at 9:37 PM

ନୁଆଦିଲ୍ଲୀ ୨୪।୧୦: ମୈସୁର ବାସିନ୍ଦା ଡି. କୃଷ୍ଣା ଏବେ ଶ୍ରବଣକୁମାର ପାଲଟିଛନ୍ତି। ସେ ତାଙ୍କର ୭୦ ବର୍ଷ ବୟସ୍କା ମାଙ୍କୁ ସ୍କୁଟରରେ ବସାଇ ତୀର୍ଥ ଯାତ୍ରାରେ ବାହାରିଛନ୍ତି। ଏଥିରେ ସେ ମାଙ୍କୁ ଭାରତର ସବୁ ତୀର୍ଥ ସ୍ଥାନ ଭ୍ରମଣ କରାଇବେ। ଏଥିଲାଗି କୃଷ୍ଣା ବ୍ୟାଙ୍କ ଚାକିରୀବି ଛାଡିଦେଇଛନ୍ତି । ଡି.କୃଷ୍ଣା ତାଙ୍କ ମାଙ୍କୁ ସ୍କୁଟରରେ ତୀର୍ଥ କରାଉଥିବାର ଫଟୋ ତାଙ୍କର ଜନୈକ ବନ୍ଧୁ ସୋସାଲ ମିଡିଆରେ ସେୟାର କରିଥିଲେ। ତାହା ଏବେ ଭାଇରାଲ ହେଉଥିବା ବେଳେ ମହିନ୍ଦ୍ରା ସମୂହର ଚେୟାରମ୍ୟାନ ଆନନ୍ଦଗୋପାଲ ମହିନ୍ଦ୍ରା କୃଷ୍ଣାଙ୍କୁ ଏକ କାର ଉପହାର ଦେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି।
This is a Gap Year I wish I had! Dakshinmurthy Krishna Kumar from Mysore left his banking job and travelled with his mom on a
— Manoj Kumar (@manoj_naandi) October 23, 2019
scooter. A total of 48100 KMs. The reason? His mother had not stepped out of her town & he wished to show her India! #TuesdayMotivation pic.twitter.com/HlVJVcAXkH
କୃଷ୍ଣଙ୍କ ତୀର୍ଥଯାତ୍ରା ମନୋଜ କୁମାର ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ମାତ୍ର କିଛି ସମୟରେ ଭାଇରାଲ ହୋଇଯାଇଥିଲା । କୃଷ୍ଣାଙ୍କ ମା ଜଏଣ୍ଟ ଫ୍ୟାମିଲିରେ ରହୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ କେବଳ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ତାଙ୍କ କେବେ ନିଜ ଗାଁ ବାହାରକୁ ଯିବାକୁ ମଧ୍ୟ ସମୟ ମିଳିନଥିଲା। ଏଣୁ କୃଷ୍ଣା ତାଙ୍କ ମାଙ୍କୁ ସାରା ଭାରତ ବୁଲାଇ ଦେଖାଇବାକୁ ବାହାରିଛନ୍ତି ।
A beautiful story. About the love for a mother but also about the love for a country… Thank you for sharing this Manoj. If you can connect him to me, I’d like to personally gift him a Mahindra KUV 100 NXT so he can drive his mother in a car on their next journey https://t.co/Pyud2iMUGY
— anand mahindra (@anandmahindra) October 23, 2019
ଏଥିଲାଗି କୃଷ୍ଣ ତାଙ୍କ ପିତାଙ୍କ ପୁରୁଣା ସ୍କୁଟରକୁ ସଜାଡି ମାଙ୍କୁ ସାଙ୍ଗରେ ଧରି ଗତ ୭ ମାସ ହେବ ବୁଲୁଛନ୍ତି। ଏହି ସମୟରେ ସେ ମାଙ୍କୁ ଅନେକ ତୀର୍ଥସ୍ଥାନ ଓ ପର୍ଯ୍ୟଟନ ସ୍ଥଳ ବୁଲାଇ ଦେଖାଇଲେଣି । ତୀର୍ଥ ଯାତ୍ରା ଲାଗି କୃଷ୍ଣା ଓ ମା ହୋଟେଲରେ ନରହି ମଠରେ ରହୁଛନ୍ତି । ଏହାଛଡା ସ୍କୁଟରରେ ସେତିକି ସାମଗ୍ରୀ ନେଇଛନ୍ତି ଯେତିକି ସେମାନଙ୍କର ଆବଶ୍ୟକତା ରହିଛି।