Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଲାଇଭ ମ୍ୟାଚ୍ ରେ ଟପ୍ ଲେସ୍ ହେଲେ ଏହି ୨ ମଡେଲ, ଭାଇରାଲ ହେଉଛି ଭିଡିଓ

3/11/2019 at 9:49 PM

ଆମେରିକାରେ ଅନୁଷ୍ଠିତ ହେଉଥିବା ବେସ୍ ବଲ ୱାର୍ଲଡ ସିରିଜର ଏକ ମ୍ୟାଚ୍ ବେଳେ ଘଟିଛି ଅଭାବନୀୟ ଘଟଣା। ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ମଡେଲ ଜୁଲିଆ ରୋଜ ଓ ଲରେନ ସମର ଅଚାନକ ସେମାନଙ୍କ ଟପ ଉପରକୁ ଉଠାଇ ଟପଲେସ ହୋଇଥିଲେ। ଖେଳର ସିଧାପ୍ରସାରଣ କରୁଥିବା ଟିଭି କ୍ୟାମେରା ସେମାନଙ୍କ ଆଡକୁ ବୁଲିବାମାତ୍ରେ ସେମାନେ ଏପରି ହଙ୍ଗାମା କରୁଥିଲେ। ତେବେ ଏଥିଲାଗି ସେମାନଙ୍କ ବେସ୍ ବଲ ଷ୍ଟାଡିୟମ ପ୍ରବେଶ ଉପରେ ଏବେ କଟକଣା ଲାଗିଛି।

ମ୍ୟାଚ୍ ହ୍ୟୁଷ୍ଟନ ଏଷ୍ଟ୍ରୋଜ ଓ ୱାସିଂଟନ ନ୍ୟାସନାଲ ମଧ୍ୟରେ ଖେଳାଯାଉଥିଲା। ମ୍ୟାଚ୍ ବେଳେ ଟିଭି କ୍ୟାମେରା ଦର୍ଶକ ଗ୍ୟାଲେରୀ ଆଡେ ବୁଲିବା ବେଳେ ଉଭୟ ମଡେଲ ପିନ୍ଧିଥିବା ଟି ସାର୍ଟକୁ ଉଠାଇ ଟପଲେସ୍ ପ୍ରଦର୍ଶନ କରୁଥିଲେ।  ମଡେଲମାନଙ୍କର ଏଭଳି କାରନାମା ଷ୍ଟାଡିୟମରେ ଦର୍ଶକଙ୍କ ସମେତ ଖେଳାଳିଙ୍କୁ ମଧ୍ୟ ସ୍ତବ୍ଦ କରିଥିଲା।  ଷ୍ଟାଡିୟମ ଗ୍ୟାଲେରୀରେ ଯୁବତୀମାନେ ଏଭଳି କରୁଥିବା ଅନେକ ବିଶ୍ୱାସ ବି କରିପାରିନଥିଲେ। ହେଲେ ଯେତେବେଳେ ଦେଖିଲେ ନିଜ ନିଜ ମୋବାଇଲ ଫୋନରେ ସେମାନଙ୍କ ଟପଲେସ ଫଟୋ ଉଠାଇ ଏବେ ସୋସାଲ ମିଡିଆରେ ଖୁବ୍ ସେୟାର କରୁଛନ୍ତି।

ଷ୍ଟାଡିୟମରେ ମଡେଲମାନଙ୍କ କାରନାମା ଜଣାପଡିବା ପରେ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଷ୍ଟାଡିୟମରୁ ବାହାର କରିଦେଇଥିଲେ।  ସେପଟେ ଦେଶର କୌଣସିଠାରେ ଏବେ ବେସ୍ ବଲ ମ୍ୟାଚ୍ ହେଲେ ଏହି ଯୁବତୀମାନଙ୍କ ଷ୍ଟାଡିୟମରେ ପ୍ରବେଶ ଉପରେ ଏବେ ଏମଏଲବି କଡା କଟକଣା ଲଗାଇ ଦେଇଛନ୍ତି।  ମିଳିଥିବା ସୂଚନା ଅନୁସାରେ ମଡେଲ ଦ୍ୱୟ ଏହି ମ୍ୟାଚ୍ ଦେଖିବା ଲାଗି ୬୦ ହଜାର ପାଉଁଣ୍ଡ ଖର୍ଚ୍ଚ କରିଥିବା କହିଛନ୍ତି।

ତେବେ ମେଡଲ ଜୁଲିଆ ଷ୍ଟାଡିୟମରେ ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏଭଳି ଟପଲେସ୍ ପ୍ରଦର୍ଶନ କରିଥିବା କହିଛନ୍ତି। ସେ ନିଜକୁ ଫୁଟବଲ ଫ୍ୟାନ ବୋଲି କହିଛନ୍ତି। ତେବେ ଆମେରିକାରେ ଲୋକେ ବେସ୍ ବଲକୁ ଅଧିକ ପସନ୍ଦ କରୁଥିବାରୁ ଏଠାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆସିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ସୂଚନା ଯୋଗ୍ୟଯେ ଜୁଲିଆ ରୋଜ ଷ୍ଟାଡିୟମରେ ଟିସାର୍ଟ ଉପରକୁ ଉଠାଇବା ପରଠାରୁ ଇଂଷ୍ଟାରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୩.୨ ମିଲିୟନରେ ପହଞ୍ଚିଗଲାଣି।

   Related Posts