Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କୋଟିପତି ହେବାକୁ ମଡ଼େଲ ସ୍ତ୍ରୀ ଓ ସ୍ଵାମୀ କରୁଥିଲେ ଏପରି କାମ, ଶାରୀରିକ ସଂପର୍କ ରଖି ଫସାଉଥିଲେ କୋଟିପତିଙ୍କୁ ମଡ଼େଲ

21/03/2019 at 7:35 PM

ନୂଆଦିଲ୍ଲୀ ୨୧/୩- କୋଟିପତି ହେବାକୁ ମଡ଼େଲ ଦମ୍ପତିଙ୍କ ଏଭଳି କାରନାମା । ଜାଣିବେ ତ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

କୋଟିପତି ହେବାର ନିଶାରେ ମଡ଼େଲ ଓ ତାଙ୍କ ସ୍ଵାମୀ କରିଛନ୍ତି ଏପରି କାମ । ସେମାନେ କୋଟିପତିଙ୍କୁ ଟାର୍ଗେଟ କରି ସେମାନଙ୍କ ସହ ସଂପର୍କ ବଢ଼ାଇବାପରେ କରୁଥିଲେ ଶିକାର । ଏପରିକି ସେମାନଙ୍କ ନାଁରେ ମଧ୍ୟ ଅଛି ହତ୍ୟା ଅଭିଯୋଗ ।

ସିମରନ ନାମକ ଜଣେ ମଡ଼େଲ  ଓ ତାଙ୍କ ସ୍ଵାମୀ ବିଜୟ ଏହି ଘଟଣାର ମୁଖ୍ୟ ଆସାମୀ । ୧୯୯୮ ଓ ୨୦୦୨ ମସିହାରେ ଆସିଥିବା ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଭାବେ ପୋଲିସ କରିଥିଲା ଗିରଫ । ୨୦୦୩ରେ ସେମାନେ ପାରୋଲରେ ଆସିବାପରେ ବ୍ୟାଙ୍କକ ଚାଲିଯାଇଥିଲେ । ସେଠାରେ ପ୍ଲାଷ୍ଟିକ ସର୍ଜରୀ କରି ନିଜର ଚେହେରା ବଦଳାଇଥିଲେ । ତା ପରେ ସେମାନେ ମୁମ୍ବାଇ ଫେରିଆସି ପୁଣି ଅପରାଧିକ କାମ ସହ ହୋଇଥିଲେ ଜଡ଼ିତ ।

୧୯୯୮ ମସିହାରେ ଏୟାର ଇଣ୍ଡିଆର ଇଂଜିନିୟର ଅନୁପ ଦାଶ ଓ ତାଙ୍କ ପିତା ସ୍ଵରାଜ ଦାଶ ହତ୍ୟାକାଣ୍ଡରେ  ମୁଖ୍ୟ ଅଭିଯୁକ୍ତ ଭାବେ ସିମରନ ଓ ତାଙ୍କ ସ୍ବାମୀକୁ ପୋଲିସ ଗିରଫ କରିଥିଲା । ସେମାନେ ଅନୁପଙ୍କ ସହ ସଂପର୍କ ତିଆରି କରି ଲୁଟିବାକୁ ଚାହୁଁଥିଲେ । ସେମାନଙ୍କ ପାଖରେ ଥିବା କୋଟିକୋଟି ଟଂକାର ଫ୍ଲାଟକୁ ନିଜ କବଜାକୁ ଆଣିବାକୁ ଚାହୁଁଥିଲେ । ସେଥିପାଇଁ ସିମରନ କୌଣସି କଥାରେ ବି ପଛେଇ ନଥିଲେ । ଏପରିକି ଶାରୀରିକ ସଂପର୍କ ରଖିବାକୁ ବି ପଛେଇ ନଥିଲେ । ତାପରେ ସେ ସ୍ଵାମୀ ବିଜୟ ସହ ମିଶି ହତ୍ୟା କରିଥିଲେ ।

ଏହି ମଡ଼େଲ ସଂପତ୍ତି ଲୋଭରେ ଅନେକ ଲୋକଙ୍କୁ ପ୍ରେମଜାଲରେ ଫସାଉଥିଲେ । ସେମାନଙ୍କ ଠାରୁ ଫାଇଦା ହାସଲ କରିବାକୁ ଶାରୀରିକ ସଂପର୍କ ବି ରଖିବାକୁ ପଛାଉ ନଥିଲେ । ତାଙ୍କ ସ୍ଵାମୀ ମଧ୍ୟ ଏହି ଘଟଣାରେ ମୁଖ୍ୟ ଆସାମୀ ଥିବା ଜଣାଯାଇଛି ।

   Related Posts