Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ଭଡାଟିଆଙ୍କ ପାଇଁ ବଡ ପଦକ୍ଷେପ: ଏଣିକି ନିଜ ଇଚ୍ଛାନୁସାରେ ଭଡା ବଢାଇପାରିବେନି କୌଣସି ବି ମାଲିକ, ସିକ୍ୟୁରିଟି ନାଁରେ ନେଇପାରିବେ ଆଡଭାନ୍ସ

8/09/2019 at 1:00 PM

ନୂଆଦିଲ୍ଲୀ ୮/୯: ଭଡାଟିଆଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏଭଳି ଏକ ଆଇନ ଆଣୁଛନ୍ତି, ଯେଉଁଥିରେ  ଭଡାଟିଆଙ୍କ ଉପରେ ଘରମାଲିକ କରୁଥିବା ମନମାନି ଉପରେ ଲଗାମ କଷାଯାଇପାରିବ । ଏହି ନୂଆ ଆଇନ ଦ୍ବାରା କୌଣସି ବି ଘର ମାଲିକ ମନଇଚ୍ଛାରେ ଘର ଭଡା ବଢାଇପାରିବେ କି ନିଜ ଇଚ୍ଛାରେ ଆଡଭାନ୍ସ ମଧ୍ୟ ଭଡାଟିଆଙ୍କୁ ମାଗି ପାରିବେ ନାହିଁ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ନୂଆ ଆଇନଟି କଣ ଏବଂ ଏହା କେବେଠାରୁ ଲାଗୁ ହେବ ତାହା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ…

ଅନେକ ସମୟରେ ଘରମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦକୁ କମ କରିବା ଏବଂ ଅଧିକରୁ ଅଧିକ ସଂପତି ଭଡା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ Model Rental Act ’ରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଉଭୟ ଘରମାଲିକ ଏବଂ ଭଡାଟିଆଙ୍କ ସୁବିଧା ଉପରେ ବେଶ୍ ଗୁରୁତ୍ବ ଦିଆଯାଇଛି ।ତେବେ ଏହି ଡ୍ରାଫ୍ଟରେ ସିକ୍ୟୁରିଟି ଆଡଭାନ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଛି ।  ନିୟମ ଅନୁସାରେ କୌଣସି ବି ଘରମାଲିକ ଦୁଇ ମାସରୁ ଅଧିକ ଭଡା ସିକ୍ୟୁରିଟି ବାବଦକୁ ଭଡାଟିଆଙ୍କୁ ମାଗି ପାରିବେ ନାହିଁ ।  ଯଦି କୌଣସି ଭଡାଟିଆ ନିର୍ଧାରିତ ସମୟଠାରୁ ଅଧିକ ସମୟ ଘରେ ରୁହନ୍ତି ତେବେ ତାଙ୍କୁ ପ୍ରଥମେ ଦୁଇଗୁଣା ଟଙ୍କା ଭଡା ବାବଦକୁ ଦେବାକୁ ପଡିବ । ସେହିଭଳି ଯଦି ସେ ଦୁଇ ମାସରୁ  ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତି ତେବେ ତାଙ୍କୁ ଚାରି ଗୁଣା ଭଡା ଦେବାକୁ ପଡିବ । ହାଉସିଂ ଏବଂ ଅର୍ବାନ ମାମଲାର ମନ୍ତ୍ରାଳୟ ପକ୍ଷରୁ ଏହି ଡ୍ରାଫ୍ଟଟିକୁ ସଂଶୋଧିତ ପକ୍ଷଙ୍କ  ନିକଟକୁ ପରାମର୍ଶ ନିମନ୍ତେ ପଠାଯାଇଛି ଏବଂ  ପରାମର୍ଶ  ମିଳିବା ପରେ ଏହି ଆକ୍ଟଟିକୁ କ୍ୟାବିନେଟ ମଂଜୁରୀ ପାଇଁ ପଠାଯିବ ।

ଡ୍ରାଫ୍ଟରେ କୁହାଯାଇଛି କି, ଘରମାଲିକ ଏଗ୍ରିମେଂଟ ଅବଧି ମଧ୍ୟରେ ନିଜ ଇଚ୍ଛାରେ ଭଡା ବଢାଇପାରିବେ ନାହିଁ ।  ଘରମାଲିକଙ୍କୁ ଭଡା ବଢାଇବା ପାଇଁ ପ୍ରଥମେ ଭଡାଟିଆଙ୍କୁ ୩ ମାସ ପୂର୍ବରୁ ହିଁ ନୋଟିସ୍ ଦେବାକୁ ପଡିବ । ଏଥିସହିତ ହିଁ ଯଦି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୁଏ ତେବେ ଘରମାଲିକ  ଭଡାଟିଆଙ୍କୁ ବିଜୁଳୀ ଏବଂ ପାଣି ଭଳି ଅତ୍ୟାବଶ୍ୟକୀୟ ସୁବିଧାଗୁଡିକୁ ଯୋଗାଇବାରେ ଅବହେଳା କରିପାରିବେ ନାହିଁ ।

   Related Posts