Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିକ୍‌ନୀ ପିନ୍ଧି ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ଏହି ମଡେଲ୍, ଆଗକୁ ଅଛି ଫାଇନାଲ୍ ପରୀକ୍ଷା, ୟୁଜର୍ସ କହିଲେ…

25/04/2021 at 11:12 AM

ଓ୍ୱାଶିଂଟନ,୨୫/୦୪:  ଆମେରିକାର ଚର୍ଚ୍ଚିତ ଅଭିନେତ୍ରୀ, ସାମ୍ବାଦିକା ତଥା ମଡେଲ୍ କିମ୍ କରଦାସିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ନିଜର ବିଳାସପୂର୍ଣ୍ଣ ଜୀବନପ୍ରଣାଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏହାସହ ବିବାଦ ସହ ମଧ୍ୟ ତାଙ୍କର ପୁରୁଣା ସମ୍ପର୍କ ରହିଛି । ଏବେ ତାଙ୍କର ନୂଆ ଭାଇରାଲ ଫଟୋରେ ସେ ଭିନ୍ନ ଅନ୍ଦାଜରେ ପଢୁଥିବା ନଜର ଆସିଛନ୍ତି ।

ସେ ଗତ କିଚିଦିନ ହେଲା ଆଇନ୍ ପାଠ ପଢୁଛନ୍ତି । ସେ ଓକିଲ ହେବାକୁ ଚାହାଁନ୍ତି । ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଅନେକ ସମୟ ପଢାପଢିରେ ଅତିବାହିତ କରୁଛନ୍ତି । ନିଜର ଆଇନ୍ ପରୀକ୍ଷା(ଫାଇନାଲ ଏକଜାମ୍) ପାଇଁ ପ୍ରସ୍ତୁତି କରୁଥିବା କିମ୍ ନିଜର କିଛି ଫଟୋ ସେୟାର କରିଛନ୍ତି ।

ସେ ବିକନୀ ପିନ୍ଧି ନିଜ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ସେ ଖରାର ମଜା ନେଇ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି । ସେ ଫଟୋରେ କ୍ରିମ୍ କଲରର ଷ୍ଟ୍ରିଙ୍ଗ୍ ବିକନୀ ପରିଧାନ କରିଛନ୍ତି । ସେ ଫଟୋ ସେୟାର କରି କ୍ୟାପ୍ସନରେ ଖରାରେ ପାଠ ପଢୁଥିବା ଲେଖିଛନ୍ତି ।

କିମ୍‌ଙ୍କ ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ ମାନେ ଇମ୍ପ୍ରେସ୍ ହୋଇଛନ୍ତି । କିଛି ୟୁଜର ଏହାର ମଜା ମଧ୍ୟ ନେଇଛନ୍ତି । ୪୬ ଲକ୍ଷରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ଏହି ଫଟୋକୁ ଲାଇକ୍ କରିଛନ୍ତି । ହଜାର ହଜାର କମେଣ୍ଟ ମଧ୍ୟ ଆସିଛି । ଜଣେ ୟୁଜର କିମ୍ କେଉଁ ସ୍କୁଲରେ ପଢୁଛନ୍ତି ବୋଲି ପଚାରିଛନ୍ତି । ଆଉ କିଛି ୟୁଜର କିମ୍‌ଙ୍କୁ ଲିଗାଲି ବୋଲ୍ଡର ହିରୋଇନ୍ ଓଲି ଉଡସଙ୍କ ସହ ତୁଳନା କରିଛନ୍ତି । ଏହି ଫଟୋକୁ ବେଶୀ ହାର୍ଟ ଓ ଫାୟାର ଇମୋଜି ମିଳିଛି ।

ସୂଚନାଯୋଗ୍ୟ, କିମ୍ ବିକନୀ ଫଟୋ ବ୍ୟତୀତ ନିଜ ପତ୍ନୀ ତଥା ହଲିଉଡର ପ୍ରସିଦ୍ଧ ର୍ୟାପର୍ କାନ୍ୟେ ବେଷ୍ଟଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିମ୍ ୬ ବର୍ଷ କାନ୍ୟେଙ୍କ ସହ ରହିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେ ଫେବ୍ରୁଆରୀ ୨୦୨୧ରେ ପତିଙ୍କୁ ଛାଡପତ୍ର ଦେଇଥିଲେ ।

   Related Posts