ରାଜରାସ୍ତାରୁ ମେଟ୍ରୋ ଯାଏଁ ବିବସ୍ତ୍ର ହୋଇ ବୁଲୁଥିଲେ ଏହି ମଡେଲ, କେହି ଦେଲେ ନାହିଁ ଧ୍ୟାନ…

Published By : Prameya-News7 Bureau | July 23, 2019 IST

ମୁମ୍ବାଇ୨୩|୭: ରାସ୍ତାରେ କୌଣସି ମଡେଲ ବିବସ୍ତ୍ର ହୋଇ ବୁଲିବା ହୁଏତ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, କାରଣ ଏଭଳି ଦୃଶ୍ୟ କେହି କେବେ ଦେଖିନଥିବେ । ହେଲେ ଏହା ସତ ଓ ଘଟିଛି ଏଭଳି ଏକ ଘଟଣା। ଏବେ କିଛି ଦିନ ତଳେ ଜଣେ ମଡେଲ ରାସ୍ତାରେ ବିବସ୍ତ୍ର ହୋଇ ବୁଲୁଥିଲେ । କିନ୍ତୁ ତାଙ୍କୁ କେହି ଦେଖୁନଥିଲେ। ତେବେ ଏହି ମଡେଲ ଏମିତି ଜଣେ ମଡେଲ ଯିଏ ରାସ୍ତାରେ ଉଲଗ୍ନ ହୋଇ ବୁଲିବା ପରେ ମଧ୍ୟ କେହି ତାଙ୍କୁ ଧ୍ୟାନ ଦେଇନଥିଲେ।

“ନୋ ପେଣ୍ଟସ୍‌ ଆର ଦ ବେଷ୍ଟ ପେଣ୍ଟସ୍‌” ଏହି ମେସେଜ ସହ ଜଣେ ମଡେଲ ହଙ୍ଗ କଙ୍ଗର ରାସ୍ତାରେ ବୁଲୁଥିଲେ। ମଡେଲ ଜଣକ କେବଳ ଟିସର୍ଟ ପିନ୍ଧିଥିଲେ। ତଳେ ସେ କୌଣସି ପୋଷାକ ପିନ୍ଧିନଥିଲେ। ଏହି ମଡେଲ ବଡି ପେଣ୍ଟ ଆର୍ଟିଷ୍ଟ ସାନ୍ଦ୍ରା ବେକର ଭାବେ ପରିଚିତ। ସେ ଜଣେ ଏମିତି ମଡେଲ ପେଣ୍ଟ କରିଥିଲେ ଯିଏ ନୀଳ ରଂଗର ଜିନ୍ସ ପିନ୍ଧିଥିଲା।

ଲୋକେ ବଡି ପେଣ୍ଟ ଜାଣିପାରିବେ କି ନାହିଁ ତାହା ଜାଣିବା ପାଇଁ ସେ ମଡେଲଂକୁ ରାସ୍ତାସାରା, ମେଟ୍ରୋ, ମଲରେ ବୁଲିବାକୁ କହିଲେ। ହେଲେ କୌଣସି ଲୋକଙ୍କ ଧ୍ୟାନ ତାଙ୍କ ଆଡେ ଯାଇନଥିଲା। କାରଣ ବଡି ପେଣ୍ଟିଂ େଭଳି ହୋଇଥିଲା ଯେ, ଲାଗୁଥିଲା ସେ ସମ୍ପୂର୍ଣ୍ଣ ପୋଷାତ ପିନ୍ଧିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.