Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଟଙ୍କା ପଠାଇଲେ ମିଳିବ ସେଲ୍‌ଫି ନ୍ୟୁଡ୍ ଫଟୋ, ଏମିତି କହିବା ପଛରେ ଥିଲା ବଡ଼ ରହସ୍ୟ, ପ୍ରଶଂସାରେ ପୋତି ପକାଇଲେ ୟୁଜର୍ସ

11/01/2020 at 7:06 PM

ନୂଆଦିଲ୍ଲୀ୧୧/୧: ଟଙ୍କା ପଠାଇଲେ ନ୍ୟୁଡ୍‌ ସେଲ୍‌ଫି ଫଟୋ ମିଳିବ। ଏମିତି ଏକ ଅଭିନବ ଢ଼ଙ୍ଗରେ ୟୁଜର୍ସଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲେ ଏହି ମଡେଲ। କିଛି ଦିନ ତଳେ ଅଷ୍ଟ୍ରେଲିଆ ଜଙ୍ଗଲରେ ଭୀଷଣା ନିଆଁ ଲାଗିଥିଲା। ଏହି ଘଟଣାକୁ ନେଇ ପୁରା ଦୁନିଆ ଚିନ୍ତାରେ ପଡ଼ି ଯାଇଥିଲା। କୋଟି କୋଟି ପଶୁପକ୍ଷୀ ନିଆଁରେ ଜଳି ପାଉଁଶ ହୋଇ ଯାଇଥିଲେ। ନିଆଁର ପ୍ରଭାବରେ ଅଷ୍ଟ୍ରେଲିଆ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ଏହି ସମୟରେ ମଡେଲ କୈଲେନ୍‌ ଓ୍ବାର୍ଡ ୮ କୋଟି ଟଙ୍କା ଅଷ୍ଟ୍ରେଲିଆକୁ ସାହାଯ୍ୟ କରିଥିଲେ।

ସୋସିଆଲ ମିଡିଆରେ ମଡେଲ କୈଲେନ୍‌ ଘୋଷଣା କରିଥିଲେ ଯେ, ଯେଉଁ ବ୍ୟକ୍ତି ତାଙ୍କ ଆକାଉଣ୍ଟକୁ ୧୦ ଡଲାର ( ଭାରତୀୟ ମୁଦ୍ରା-୭୦୦ ଟଙ୍କା) ପଠାଇବେ ସେମାନଙ୍କୁ କୈଲେନ୍‌ ତାଙ୍କର ନ୍ୟୁଡ୍‌ ଫଟୋ ପଠାଇବେ। ସୋସିଆଲ ମିଡିଆରେ ତାଙ୍କର ଏହି ମେସେଜ୍‌ଟି ଚାରିଆଡ଼େ ଖେଳି ଯାଇଥିଲା। ଏହା ପରେ ତାଙ୍କ ଆକାଉଣ୍ଟକୁ ଡ଼ଲାର ସୁଅ ଛୁଟିଥିଲା।

ସୂଚନାଯୋଗ୍ୟ ଯେ କୈଲେନ ନିଜ ଟ୍ବିଟ୍‌ରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅଷ୍ଟ୍ରେଲିଆରେ ଭୟଙ୍କର ନିଆଁ ଲାଗିଥିଲା ତେଣୁ ପୀଡ଼ିତାଙ୍କୁ ସାହାଯ୍ୟ କରିବେ ବୋଲି କୈଲେନ୍ ଏମିତି ଏକ କଥା କହିଥିଲେ। ପରବର୍ତ୍ତୀ ସମୟରେ ପ୍ରକୃତ କଥା ନିଜ ଟ୍ବିଟ୍‌ର ଆକାଉଣ୍ଟରେ କୈଲେନ୍‌ ସୂଚନା ଦେଇଥିଲେ। ଏଥିସହ ସେ ନିଜର ଇନଷ୍ଟାଗ୍ରାମକୁ ବ୍ଲକ୍ କରି ଦେଇଥିଲେ। କୈଲେନ୍‌ଙ୍କ ଏଭଳି ସାହାଯ୍ୟ ମନୋଭାବ ଦେଖି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ପ୍ରଶଂସା ପୋତି ପକାଇଥିଲେ। ଏପରି କି ଆଉ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ।

   Related Posts