ମସ୍‌ଜିଦ୍ ବାହାରେ ବିକିନି ଓ ହିଜାବ ପିନ୍ଧି ଫଟୋସୁଟ୍ କଲେ ମଡେଲ୍, ଫଟୋକୁ ନେଇ ଏବେ ଚର୍ଚ୍ଚା

Published By : Prameya-News7 Bureau | January 22, 2022 IST

ମସ୍କୋ ୨୨।୦୧ : ସାଧାରଣତଃ ଏବେ ନିଜକୁ ଫେମସ୍ କରିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି କରୁଛନ୍ତି ।  ଯେଉଁଥି ପାଇଁ ସେ ଚର୍ଚ୍ଚାକୁ ଆସୁଛନ୍ତି । ଠିକ୍‌ ସେହିପରି ଜଣେ ଯୁବତୀ ଏପରି କିଛି କରିଛନ୍ତି ଯେଉଁଥି ପାଇଁ ସେ ଏବେ ଖୁବ୍‌ ଭାଇରାଲ୍‌ ହୋଇଛନ୍ତି । ମସଜିଦ ବାହାରେ ବିକିନି ଏବଂ ହିଜାବରେ ଏକ ଋଷୀୟ ମଡେଲ ଫଟୋସୁଟ୍ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଫଟୋ ପାଇଁ ଧାର୍ମିକ ନେତାମାନଙ୍କ ସହ ଅନେକ ସଂଗଠନ ଏହା ଉପରେ ବିରୋଧ କରିବା ସହ ମଡେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ଏହି ମଡେଲ ଜଣଙ୍କ ଧାର୍ମିକ ବିଶ୍ୱାସ ଉପରେ ଖେଳିବା ସହିତ ପୂଜା ସ୍ଥାନରେ ଏପରି କାର୍ଯ୍ୟ କରିବା ଅପମାନିତ କରିଛି, ତେଣୁ ତାଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଡେଲ ମାରିଆ କାଟାନୋଭାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମସଜିଦ ସମ୍ମୁଖରେ ତାଙ୍କ ଓଭରକୋଟ ସହିତ କଳା ବିକିନି ପିନ୍ଧି ପୋଜ୍‌ ଦେଉଥିବାର ନଜର ଆସିଛନ୍ତି । କେବଳ ସେତିକି ନୁହେଁ ଓଭରକୋଟରର ବଟନ ମଧ୍ୟ ଖୋଲା ରହିଛି । ଏହି ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଋଷରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ମସଜିଦ ବାହାରେ ଉଠା ଯାଇଥିବା ଫଟୋ ଯୋଗୁଁ ମସ୍କୋର ମୁସଲମାନ ସମ୍ପ୍ରଦାୟକୁ ଆଘାତ ପହଞ୍ଚାଇଛି । ତେବେ ଏହାର ବିବାଦ ବଢୁଥିବା ଦେଖି ମଡେଲ ମାରିଆ କାଟାନୋଭା କ୍ଷମା ମାଗିଛନ୍ତି, କିନ୍ତୁ ତାଙ୍କ କ୍ଷମାରେ ଲୋକଙ୍କ ରାଗ ଶାନ୍ତ ହୋଇନାହିଁ।

ଏଥିପାଇଁ ସେ କହିଛନ୍ତି ଯେ ତାଙ୍କ ଫଟୋସୁଟରେ ବିଭିନ୍ନ ଧାର୍ମିକ ଅଟ୍ଟାଳିକା ବ୍ୟବହାର କରାଯାଇଛି। ଏହା ଏକ ପ୍ରକାରର ସିରିଜ୍ ଥିଲା । ଯେଉଁଥି ପାଇଁ ଅନେକ ମଡେଲଙ୍କର ମଧ୍ୟ ଫଟୋସୁଟ୍ କରାଯାଇଛି । ଏଥିପାଇଁ ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ, ଯଦି କୌଣସି ପ୍ରକାରରେ ମୋ ପାଇଁ କାହା ଭାବନା ଆଘାତ ପାଇଛି ସେଥିପାଇଁ ମୁଁ କ୍ଷମା ମାଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.