ଲଦାଖରେ ଗଠନ ହେବ ‘ଫ୍ରେଣ୍ଡଲି ପୋଲିସ”ର ମଡେଲ

Published By : Prameya-News7 Bureau | November 01, 2019 IST

ଲଦାଖ୧/୧୧: ଲଦାଖ ପୋଲିସ ପୂରା ଦେଶରେ ମଡେଲ ପୋଲିସ ହେବ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ସୁରକ୍ଷା ଓ ସେବା ଦେବ ଲଦାଖ ପୋଲିସ। ସ୍ଥାନୀୟ ଲୋକଙ୍କ ସହ ଲଦାଖ ପୋଲସ ଏକ ସୁବାତାବରଣ ସୃଷ୍ଟ କରିବ। ଏଥିସହ ପୋଲିସ ସମସ୍ତଙ୍କ ସହ ଭଲ ବ୍ୟବହାର କରିବ। ଏଥସହ ପ୍ରତ୍ୟେକ  ବ୍ୟକ୍ତିଙ୍କ ଦୁଃଖ ସୁଖର ବନ୍ଧୁ ଲଦାଖ ପୋଲିସ ହେବ ବୋଲି ଲଦାଖର ପ୍ରଥମ ଆଇଜି ସତୀଶ ଖଣ୍ଡ​‌ରେ୍‌ କହିଛନ୍ତି। 

ଲଦାଖର ପ୍ରଥମ ଆଇଜି ସତୀଶ କହିଛନ୍ତି ଦେଶରେ ଲଦାଖ ପ୍ରଥମ ମଡେଲ ପୋଲିସ ହେବ। ଦେଶର ଅନ୍ୟ ସ୍ଥାନଠାରୁ ଲଦାଖର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ତେଣୁ ଏଠି ବିଭିନ୍ନ  ଟେକ୍ନୋଲୋଜି ବ୍ୟବହାର କରାଯିବ। ଲଦାଖ ପୋଲିସଙ୍କୁ ଅତ୍ୟାଧୁନି ଯନ୍ତ୍ର ଯୋଗାଇ ଦିଆଯିବ ବୋଲି ସତୀଶ କହିଛନ୍ତି। ଲଦାଖ ପୋଲିସ ସବୁଠୁ ହାଇଟେକ୍ ମେସିନ ଅସ୍ତ୍ର ବ୍ୟବହାର କରିବେ।

ସତୀଶ କହିଛନ୍ତି ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟକଲେ ଏଠାକାର ପରିସ୍ଥିତି ସୁଧୁରିବା ଲାଗି ପୋଲିସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯିବ। ନୂଆ କେନ୍ଦ୍ର ଶାସିତ ପ୍ରଦେଶରେ ପୁଲିସ ବ୍ୟବସ୍ଥା ଧୀରେ ଧୀରେ ବଳିବ ବୋଲି ସତୀଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.