Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଗଞ୍ଜାମ ସୁନ୍ଦରୀଙ୍କ ଅକାଳ ବିୟୋଗ, ଫୁଡ୍‌ ପଏଜନିଂ ସନ୍ଦେହ, ମାତ୍ର ୨୪ ବର୍ଷରେ ମଡେଲିଂରେ ହୋଇଥିଲେ ପ୍ରସିଦ୍ଧ

8/11/2021 at 3:37 PM

ବ୍ରହ୍ମପୁର, ୦୮/୧୧: ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଖାଦ୍ୟ ବିଷକ୍ରିୟା କାରଣରୁ ଗଞ୍ଜାମ ସୁନ୍ଦରୀ ଓ ଚିଲିକା ସୁନ୍ଦରୀ ଭାବେ ପରିଚିତ ବ୍ରହ୍ମପୁରର ମଡେଲ୍‌ ପ୍ରିୟଙ୍କା ଉପାଧ୍ୟାୟ(୨୪)ଙ୍କ ମୃତ୍ୟୁ ହୋଇଛି । ପ୍ରିୟଙ୍କା ବ୍ରହ୍ମପୁର ନିବାସୀ ସୁରେଶ ଚନ୍ଦ୍ର ଉପାଧ୍ୟାୟଙ୍କ ଝିଅ । ଶନିବାର ତାଙ୍କର ଦେହ ଖାରାପ ହେବାରୁ ପରିବାର ଲୋକ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହ ଫୁଡ୍‌ ପଏଜନ୍‌ ହୋଇଛି ବୋଲି କହିଥିଲେ । ପରେ ପ୍ରିୟଙ୍କାଙ୍କୁ ପରିବାର ଲୋକ ଡାକ୍ତରଖାନାରୁ ଘରକୁ ନେଇ ଯାଇଥିଲେ । ଘରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି ।

ପ୍ରିୟଙ୍କା ୨୦୧୯ରେ ମିସ୍‌ ଗଞ୍ଜାମ୍‌ ଟାଇଟଲ୍‌ ଜିତିଥିବା ବେଳେ ସେହି ବର୍ଷ ହିଁ ମିସ୍‌ ଚିଲିକା ମୁକୁଟ ପିନ୍ଧିଥିଲେ । ୨୦୨୧ରେ ସେ ମିସ୍‌ ଫ୍ୟାସନ ଆଇକନ୍‌ ହୋଇଥିଲେ । ଫ୍ୟାସନ୍‌ ଡିଜାଇନର ସହ ପାଠ ପଢ଼ାରେ ମଧ୍ୟ ତାଙ୍କର ରୁଚି ଥିଲା । ସେ ସିଭିଲ୍‌ ଇଞ୍ଜିନିୟର ପାଠ ପଢ଼ା ସହ ଆର୍ଟିଟେକ୍‌ଚର ପାଠ ମଧ୍ୟ ପଢ଼ୁଥିଲେ । ତାଙ୍କର ମୃତ୍ୟୁରେ ବ୍ରହ୍ମପୁର ସହରରେ ଶୋକର ବାତାବରଣ ଖେଳି ଯାଇଛି । ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର କରିଥିବା ସୂଚନା ମିଳିଛି ।

   Related Posts