ମୁମ୍ବାଇରେ ମଡେଲଙ୍କୁ ହତ୍ୟା, ସୁଟକେଶରୁ ମିଳିଲା ଶବ: ହତ୍ୟାକାରୀ ପୁରୁଷ ବନ୍ଧୁ ଗିରଫ

Published By : Prameya-News7 Bureau | October 16, 2018 IST

ମୁମ୍ବାଇ ୧୬/୧୦: ମାୟାନଗରୀ ମୁମ୍ବାଇର ପଶ୍ଚିମ ମାଲାଡର ଏକ ପରିତ୍ୟକ୍ତ ସ୍ଥାନରୁ ସୁଟ୍ କେଶ୍ ମିଳିବା ଚର୍ଚ୍ଚାର ବିଷୟ ହୋଇଛି । କାରଣ ଏହି ସୁଟ୍ କେଶରୁ ଜଣେ ମଡେଲଙ୍କ ଶବ ମିଳିଛି। ମଡେଲଙ୍କ ନାଁ ମାନସୀ ଦୀକ୍ଷିତ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତଦନ୍ତର ଗୋଟିଏ ଘଣ୍ଟା ମଧ୍ୟରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ମୁଜମ୍ମିଲ ଇବ୍ରାହିମ୍ ଏବଂ ସେ ଅନ୍ଧେରୀରେ ରୁହେ। ସେ ମଡେଲଙ୍କ ବନ୍ଧୁ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ସୋମବାର ମଡେଲ୍ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ  ମୁଜମ୍ମିଲ ରାଗିଯାଇ ମାନସୀଙ୍କୁ ହତ୍ୟା କରିଥିଲା । ପରେ ଗୋଟିଏ ସୁଟ କେଶରେ ମାନସୀଙ୍କ ଶବକୁ ଭର୍ତ୍ତି କରି ପଶ୍ଚିମ ମାଲାଡ ସ୍ଥିତ ଲିଙ୍କ ରୋଡ ପଛ ପଟେ ଏକ ଶୁନଶାନ୍ ରାସ୍ତାରେ ପକାଇ ଦେଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହା ଦେଖି ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲେ ମଧ୍ୟ ମାନସୀକୁ ସେ କାହିଁକି ମାରିଲା ତାହା ପ୍ରକାଶ କରିନାହିଁ । କିଛିଦନ ତଳେ ମୁମ୍ବାଇର ଏକ ଫ୍ଲାଟରେ ରହୁଥିବା ୪୪ ବର୍ଷ ବୟସ୍କା ଫେଶନ ଡିଜାଇନରଙ୍କୁ ଗାଧୁଆଘର ମଧ୍ୟରେ ତାଙ୍କ ପୁଅ ହତ୍ୟା କରିଥିବା ଜଣାପଡିଥିଲା । ମୁମ୍ବାଇରେ ସେଲିବ୍ରିଟିଙ୍କ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଉଥିବା ଉଦ୍‌ବେଗର କାରଣ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.