କିଏ ହରିଦ୍ୱାରର ଏହି ଯୁବତୀ ଯିଏ ପାଲଟିଛନ୍ତି ଇଣ୍ଟରନେଟ ସେନ୍ସେସନ: ଭାଇରାଲ ହେଉଛି ଫଟୋ

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୦୨/୦୬ : ଗତ କିଛି ଦିନ ହେଲା ଇଣ୍ଟରନେଟରେ ହରିଦ୍ୱାରରେ ରହୁଥିବା ଗରିମା ଚୌରାସିୟାଙ୍କ ଗ୍ଲେମର ଫଟୋ ଖୁବ ଭାଇରାଲ ହେଉଛି । ଫଟୋରେ ଗରିମା କେଉଁ ଅଭିନେତ୍ରୀଙ୍କ ଠାରୁ କମ ନଜର ଆସୁ ନାହାନ୍ତି । ତେବେ ଏହି ଗରିମା ଚୌରାସିୟା କିଏ ? ଗରିମା ହେଲେ ଜଣେ ଇଣ୍ଟରନେଟ ସେନ୍ସେସନ ଯିଏ ଟିକଟକ ସମୟରେ ଖୁବ ଚର୍ଚ୍ଚାକୁ ଆସିଥିଲେ । ଟିକଟକ ଭିଡିଓ ମାଧ୍ୟମରେ ସେ ଲୋକପ୍ରିୟତା ହାସଲ କରିଥିଲେ । ଦେଶରେ ଟିକଟକ୍ ବ୍ୟାନ୍ ହେବାପରେ ମଧ୍ୟ ସୋସିଆଲ ମିଡ଼ିଆରେ ଗରିମାଙ୍କ ଲୋକପ୍ରିୟତା କମିନଥିଲା ।

wp:gallery {"ids":[460575],"linkTo":"none"} /wp:gallery


ଗରିମା ବର୍ତ୍ତମାନ ଇନଷ୍ଟାଗ୍ରାମ, ଏମଏକ୍ସ ଟକାଟକ ଭଳି ସୋସିଆଲ ନେଟୱର୍କିଙ୍ଗ ସାଇଟରେ ଆକ୍ଟିଭ ଅଛନ୍ତି । ସେ ଇନଷ୍ଟାଗ୍ରାମ, ଏମଏକ୍ସ ଟକାଟକ୍ ଲଗାତାର ଭିଡିଓ କରି ସେୟାର କରନ୍ତି । ସେ ଇନଷ୍ଟାଗ୍ରାମରେ ଲଗାତାର ନିଜର ଗ୍ଲେମର ଫଟୋ ମଧ୍ୟ ସେୟାର କରନ୍ତି । ଇନଷ୍ଟାଗ୍ରାମରେ ଗରିମାଙ୍କର ୮୬ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି । ଫଟୋ ସେୟାର କରିବା ମାତ୍ରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଯାଏ ।

wp:gallery {"ids":[460576],"linkTo":"none"} /wp:gallery


ନିକଟରେ ଗରିମା ନିଜର କିଛି ନୂଆ ଫଟୋ ସେୟାର କରିଛନ୍ତି । ଗରିମାଙ୍କ ଏହି ଫଟୋଗୁଡିକୁ ସୋସିଆଲ ମିଡ଼ିଆ ୟୁଜର୍ସ ଖୁବ ପସନ୍ଦ କରିଛନ୍ତି । ଇନଷ୍ଟାଗ୍ରାମରେ ଗରିମାଙ୍କ ଫଟୋଗୁଡିକୁ ଲକ୍ଷେରୁ ଅଧିକ ଲାଇକ ଓ କମେଣ୍ଟ ମିଳିଥାଏ । ଲୋକେ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଖୁବ ପ୍ରଶଂସା କରନ୍ତି ।

wp:gallery {"ids":[460577],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.