ଆଦର୍ଶ ଆଚରଣ ବିଧି ଉଲଂଘନ କରିଛନ୍ତି ଉର୍ମିଳା : କହିଲେ ହିନ୍ଦୁ ଧର୍ମ ଦୁନିଆର ସବୁଠାରୁ ହିଂସାତ୍ମକ ଧର୍ମ

Published By : Prameya-News7 Bureau | April 07, 2019 IST

ମୁମ୍ବାଇ ୭/୪ : କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ଏକ ରାଲିରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଧରି ପ୍ରଚାର କରିଥିଲେ | ସୋସିଆଲ ମିଡ଼ିଆରେ ଉର୍ମିଳାଙ୍କ ଏହି ଫଟୋ ଭାଇରାଲ ହୋଇଛି | ଏହା ପୂର୍ବରୁ ଉର୍ମିଳା ହିନ୍ଦୁ ଧର୍ମକୁ ହିଂସାତ୍ମକ ବୋଲି କହିଥିଲେ | ଯେଉଁଥିପାଇଁ ଉର୍ମିଳାଙ୍କ ବିରୋଧରେ ଅପରାଧିକ କମ୍ପ୍ଲିମେଂଟ ମାମଲା ଦାଏର ହୋଇଛି |


ବିଜେପି ପ୍ରବକ୍ତା ସୁରେଶ ନଖୁଆ ଶନିବାର ଦିନ ପବଇ ପୋଲିସ ଥାନାରେ ଉର୍ମିଳାଙ୍କ ବିରୋଧରେ କ୍ରିମିନାଲ କମ୍ପ୍ଲେନ ଫାଇଲ କରିଥିଲେ | ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ସହ ଜଣେ ସାମ୍ବାଦିକଙ୍କ ନାଁ ମଧ୍ୟ ସାମିଲ ହୋଇଛି |


ଉର୍ମିଳାଙ୍କ ବୟାନ ଉପରେ ସୁରେଶ କହିଛନ୍ତି ଯେ, ସେ ସନ୍ଧ୍ୟା ୫ଟା ରୁ ୮ଟା ଭିତରେ ଟିଭି ଦେଖୁଥିଲେ | ସେତେବେଳେ ସେ ଉର୍ମିଳାଙ୍କ ଏକ ବିବାଦୀୟ ବୟାନ ଶୁଣିଥିଲେ | ହିନ୍ଦୁ ଧର୍ମ ଦୁନିଆର ସବୁଠାରୁ ହିଂସାତ୍ମକ ଧର୍ମ ବୋଲି ଉର୍ମିଳା କହିଥିଲେ | ଆଇପିସି ଧାରା ୨୯୫ ଏ, ୫୦୫୦ ଏବଂ ୩୪ ରେ ମାମଲା ରୁଜ୍ଜୁ କରିବା ପାଇଁ ସୁରେଶ ପୋଲିସକୁ ଅନୁରୋଧ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.