Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କ୍ୟାନସର ସହ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ-ଗାୟିକା ଦିବ୍ୟା ଚୌକସେ : ମୃତ୍ୟୁର ୧୮ଘଣ୍ଟା ପୂର୍ବରୁ ଇନଷ୍ଟାରେ ତାଙ୍କ ଶେଷକଥା

13/07/2020 at 9:19 AM

ମୁମ୍ବାଇ ୧୩/୭: ବଲିଉଡ ପାଇଁ ୨୦୨୦ମସିହା ଅତ୍ୟନ୍ତ ​ଦୁଃଖଦାୟକ ରହିଛି। ବଡ଼ ବଡ଼ ଦିଗ୍ଗଜ କଳାକାରଙ୍କ ପରେ ଏବେ ଅଭିନେତ୍ରୀ,ମଡେଲ୍ ଏବଂ ଗାୟିକା ଦିବ୍ୟା ଚୌକସେଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ କ୍ୟାନସର ସହ ଲଢ଼ୁଥିଲେ। ଦିବ୍ୟାଙ୍କ କଜିନ୍ ସୌମ୍ୟା ଅମୀଶ ବର୍ମା ଫେସବୁକ୍ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଥିଲେ। ଏହା ପୂର୍ବରୁ ଦିବ୍ୟା ମଧ୍ୟ ୧୮ଘଣ୍ଟା ପୂର୍ବରୁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଏକ ମ୍ୟାସେଜ ଲେଖିଥିଲେ।

ଦିବ୍ୟା ନିଜ ଶେଷ ମ୍ୟାସେଜରେ ଲେଖିଥିଲେ- ଯାହା ସେ କହିବାକୁ ଚାହୁଁଛନ୍ତି ଏଥିପାଇଁ ଶବ୍ଦ ଯଥେଷ୍ଟ ନୁହେଁ। ବହୁତ ଶବ୍ଦ ଥିଲେ ମଧ୍ୟ କମ୍ ପଡ଼ିଯିବ। ତାଙ୍କୁ ଗାୟବ ହେବା ମାସେ ବିତିଗଲାଣି। ଏହି ସମୟରେ ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି ଯେ ସେ ନିଜ ମୃତ୍ୟୁ ଶଯ୍ୟାରେ ଅଛନ୍ତି। ସେ ମଜବୁତ ଅଛନ୍ତି। ସେହି ଜୀବନ ପାଇଁ ସେଉଁଥିରେ ସଂଘର୍ଷ ନାହିଁ। ଦୟା କରି କୌଣସି ପ୍ରଶ୍ନ କରନ୍ତୁ ନାହିଁ। କେବଳ ଭଗବାନ ଜାଣିଛନ୍ତି ଯେ ଆପଣ ତାଙ୍କ ପାଇଁ କେତେ ମୂଲ୍ୟବାନ।

ଦିବ୍ୟା ୨୦୧୧ମସିହାରେ ମିସ୍ ୟୁନିଭର୍ସର କଣ୍ଟେଷ୍ଟେଣ୍ଟ ରହି ସାରିଛନ୍ତି। ୨୦୧୬ମସିହାରେ ସେ ଫିଲ୍ମ ‘ହେ ଅପନା ଦିଲ ତୋ ଆଓ୍ବାରା’ ସହ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୧୮ମସିହାରେ ଦିବ୍ୟା ପଟିୟାଲେ ଦି କୁଇନ୍ ଗୀତ ସହ ସିଙ୍ଗିଂ ଡେବ୍ୟୁ କରିଥିଲେ। ଦିବ୍ୟାଙ୍କ ପରଲୋକ ଖବର ଶୁଣି ତାଙ୍କ ସହ କାମ କରିଥିବା ଅଭିନେତାମାନେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଯେଉଁଥିରେ ସାହିଲ ଅହମଦ,ଅଞ୍ଜୁମ୍ ଫାକିହ,ନିହାରିକା ରାୟଜାଦା ଆଦି ରହିଛନ୍ତି।

ଦିବ୍ୟା ଭୋପାଳର ଓକିଲ ପରିବାରରୁ ଆସିଛନ୍ତି। ସେ ଭୋପାଳ ସ୍କୁଲରେ ପଢ଼ିଥିଲେ। ଏହା ପରେ ଦିଲ୍ଲୀରୁ ଗ୍ରାଜୁଏସନ କରିଥିଲେ। ଏହା ସହ ସେ ଲଣ୍ଡନର ବେଡଫୋର୍ଡ଼ଶାୟର ୟୁନିଭର୍ସିଟିରୁ ଆକ୍ଟିଂ କୋର୍ସ କରିଥିଲେ।

   Related Posts