ମହାନଦୀରେ ଖସିପଡିଲା ବସ: ଅଗ୍ନିଶମ ବାହିନୀ କେମିତି କରିବ ଉଦ୍ଧାର, ଆଜି ହେଲା ମକଡ୍ରିଲ

Published By : Prameya-News7 Bureau | February 03, 2019 IST

କଟକ ୩|୨: ଦୁର୍ଘଟଣା ବେଳେ ଉଦ୍ଧାର କାର୍ଯ୍ୟକୁ କିଭଳି ତ୍ବରାନ୍ବିତ କରିହେବ ତାର ମକ୍ ଡ୍ରିଲ କରିଛି ଅଗ୍ନିଶମ ବିଭାଗ । ମହାନଦୀ ବ୍ରିଜରେ ହୋଇଥିଲା ମକ୍ ଡ୍ରିଲ୍ । ଏହି ଡେମୋରେ ୫ ୟୁନିଟରେ ପ୍ରାୟ ୮୦ ଜଣ ଆଗ୍ନିକ ନିଜର ରଣକୌଶଳ ଦେଖାଇଛନ୍ତି । ଏଭଳି ମକ୍ ଡ୍ରିଲ୍ ଦ୍ବାରା ଅଗ୍ନିଶମ ବିଭାଗ ଅଧିକ ବଳଶାଳୀ ହୋଇପାରିବ ବୋଲି କହିଛନ୍ତି ଚିଫ୍ ଫାୟାର ଅଫିସର । …

{"id":81437}

ସମୟ ପାଖାପାଖି ଦିନ ୧୨ଟା । ମହାନଦୀ ପୋଲ ଉପରେ ଚାଲୁଥିଲା ଗାଡି ମୋଟର । ହଠାତ୍ ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ମହାନଦୀ ପୋଲରୁ ତଳକୁ ଖସି ପଡିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ଅଗ୍ନିଶମ କର୍ମଚାରୀ, ପୋଲିସ ଓ ଉଦ୍ଧାରକାରୀ ଦଳ । କିଏ ଅଣ୍ଟାରେ ଦଉଡି ବାନ୍ଧି  ତଳକୁ ଖସୁଥିଲା ତ ଆଉ କିଏ ମହାନଦୀରେ ବୋଟ୍ ଯୋଗେ ଦୁର୍ଘଟଣାସ୍ଥଳକୁ ଧାଇଁ ଯାଇଥିଲେ ।

{"id":81440,"width":592,"height":394}

ତୁରନ୍ତ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡାକାଲ ପଠାଇଥିଲେ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ । … ତେବେ ଏହା କୌଣସି ସତ ଦୁର୍ଘଟଣା ନଥିଲା । ଗତ ନଭେମ୍ବର ୨୦ରେ ମହାନଦୀ ବ୍ରିଜରେ ଘଟିଥିବା ବସ୍ ଦୁର୍ଘଟଣାକୁ ମନେ ପକାଇ ହୋଇଥିଲା ମକ୍ ଡ୍ରିଲ୍ । ଏହା ଦ୍ବାରା ଓଡିଶା ଅଗ୍ନିଶମ ବିଭାଗ ଅଧିକ ବଳଶାଳୀ ହୋଇପାରିବ ବୋଲି ଚିଫ୍ ଫାୟାର ଅଫିସର କହିଛନ୍ତି ।

{"id":81438}

ମକ୍ ଡ୍ରିଲ୍ ବେଳେ ଆଗ୍ନିକମାନଙ୍କୁ କିଛି କାମଚଳା ଯନ୍ତ୍ରପାତି ଦିଆଯାଇଥିଲା । ରେସକ୍ୟୁ ବେଳେ ଏହି ଯନ୍ତ୍ରପାତିକୁ ଆଗ୍ନିକମାନେ କିଭଳି ବ୍ୟବହାର କରିପାରୁଛନ୍ତି, ତାର ମଧ୍ୟ ପରୀକ୍ଷା ଦେଇଥିଲେ । ମକ୍ ଜ୍ରିଲରେ ୫ଟି ଅଗ୍ନିଶମ ଗାଡି, ୨ଟି ଆମ୍ବୁଲାନ୍ସ ଓ ଗୋଟିଏ କ୍ରେନ୍ ସହ ପ୍ରାୟ ୮୦ ଜଣ ଆଗ୍ନିକ ଭାଗ ନେଇଥିଲେ ।

{"id":81439,"width":585,"height":251}

ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ବଡ ଦୁର୍ଘଟଣାର କିଭଳି ସଫଳ ମୁକାବିଲା କରିହେବ ସେନେଇ ଏଭଳି ମକଡ୍ରିଲ କରାଯାଉଛି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.