ଝାରସୁଗୁଡା ବିମାନ ବନ୍ଦରରେ ମକ୍ ଡ୍ରିଲ୍: ଜରୁରୀକଳୀନ ପରିସ୍ଥିତିର ମୁକାବିଲା କରିବେ କର୍ମଚାରୀ

Published By : Prameya-News7 Bureau | January 13, 2021 IST

ଝାରସୁଗୁଡା୧୩/୧: ବିମାନବନ୍ଦରରେ କୌଣସି ଆପାତଃକାଳୀନ ପରିସ୍ଥିତିରେ ମୁକାବିଲା ଲାଗି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବୁଧବାର ଏକ ମକ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ବିମାନ ଅବତରଣ କିମ୍ଵା ଉଡାଣ ସମୟରେ କୌଣସି କାରଣ ବଶତଃ ବିମାନ ଦୁର୍ଘଟଣା ହେଲେ କିମ୍ବା ବିମାନରେ ନିଆଁ ଲାଗିଲେ ଏହି ବିପଦକୁ ବିମାନ ବନ୍ଦର କର୍ତ୍ତୃପକ୍ଷ କେମିତି ଏହାର ମୁକାବିଲା କରିବେ ଓ ଯାତ୍ରୀମାନଙ୍କୁ ସୁରକ୍ଷା ଦେଇ ପାରିବେ, ସେ ନେଇ ମଧ୍ୟ ତାଲିମ ଦିଆଯାଇଛି। ବିମାନ ବନ୍ଦର ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ, ସମସ୍ତ କର୍ମଚାରୀ, ବିମାନ ବନ୍ଦରର ଦମକଳ ବାହିନୀ, ଓଡ୍ରାଫ ଟିମ, ସୁରକ୍ଷା କର୍ମୀ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଏହି ମକ ଡ୍ରିଲରେ ସାମିଲ ହୋଇଥିଲେ।

{"id":391669,"sizeSlug":"large","linkDestination":"none"}

ମକଡ୍ରିଲ ସମୟରେ ଉଦ୍ଧାର ସମୟରେ ଯେପରି କାର୍ଯ୍ୟ କରିବା କଥା ସେହି ଉଦାହରଣ ପ୍ରସ୍ତୁତ କରିଥିଲେ ମକଡ୍ରିଲରେ ସାମିଲ ବିମାନ ବନ୍ଦରର କର୍ମଚାରୀ।  ଏହା ପ୍ରତି 2 ବର୍ଷ ବ୍ୟବଧାନରେ ଥରେ ଅନୁଷ୍ଠିତ ହୋଇଥାଏ। ଝାରସୁଗୁଡା ବିମନ ବନ୍ଦରରେ ଏହା ଥିଲା ପ୍ରଥମ ମକ ଡ୍ରିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.