Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କେବଳ ଷ୍ଟିଲ୍ ବାସନ ନୁହେଁ ଏବେ ଶରୀରରେ ଲାଗିଯାଉଛି ମୋବାଇଲ୍, ଏହି କାରଣ କହୁଛନ୍ତି ବିଶେଷଜ୍ଞ

14/06/2021 at 6:41 PM

ଭୋପାଳ ୧୪।୬: ଟିକା ନେବା ପରେ ଶରୀରରେ ଷ୍ଟିଲ ବାସନ ଏବଂ କଏନ ଲାଗିଯିବା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ବଡଓ୍ବାନୀ ଜିଲ୍ଲାର ସେନ୍ଧଓ୍ବାରେ ଜଣେ ବ୍ୟକ୍ତି ଶରୀରରେ ମୋବାଇଲ ଲାଗିଯାଉଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାକୁ ନେଇ ଡାକ୍ତରମାନେ କହିଛନ୍ତି ଯେ, ଟିକା ନେବା କାରଣରୁ ଏମିତି ହେବା ସମ୍ଭବ ନୁହେଁ । ମାତ୍ର ଏହା ତଦନ୍ତ ସାପେକ୍ଷ ।

ବଡଓ୍ବାନୀ ଜିଲ୍ଲା ସେନ୍ଧଓ୍ବା ନିବାର୍କ କଲୋନୀ ନିବାସୀ ବୃଦ୍ଧ ଦମ୍ପତ୍ତିଙ୍କ ଶରୀରରେ ଷ୍ଟିଲ ବାସନ ଏବଂ ମୋବାଇଲ ଲାଗିଯିବା ଘଟଣା ସାମ୍ନାକୁ ଆସିଛି । ୬୩ ବର୍ଷ ବୟସ୍କ ଓମପ୍ରକାଶ ସୋନୀ ଏବଂ ୫୮ ବର୍ଷ ବୟସ୍କା ଶାରଦା ଓମ୍ ପ୍ରକାଶ ସୋନୀ ଯେତେବେଳେ ଶରୀରରେ ଷ୍ଟିଲ ବାସନଠାରୁ ମୋବାଇଲ ଯାଏଁ ଶରୀରରେ ଲାଗିଯାଉଥିବା ଟିଭିରେ ଦେଖିଲେ ସେମାନେ ବି ଏହାକୁ ପ୍ରାକ୍ଟିକାଲ କରିବା ଏବଂ ସତ୍ୟତା ଜାଣିବା ପାଇଁ ତାହା କରିଥିଲେ ।

ସେମାନ ପ୍ରଥମେ ଶରୀରରେ ଚାମଚ, ଷ୍ଟିଲ ବାସନ ଲଗାଇଥିଲେ । ସେମାନଙ୍କ ଶରୀରରେ ତାହା ଲାଗିଯାଉଥିବା ଦେଖିବାକୁ ମିଳିଥିଲା । ତାହା ଦେଖି ସେମାନ କୌତୁହଳରେ ଶରୀରରେ ମୋବାଇଲ ଲଗାଇଥିଲେ । ମୋବାଇଲ ଶରୀରରେ ଲାଗିଯାଉଥିବା ଦେଖିବାକୁ ମିଳିଥିଲା । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାସଙ୍ଗେ ୪ରୁ ୫ଟି ମୋବାଇଲ ଶରୀରରେ ଲାଗିଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଘରେ ପ୍ରବଳ ଭିଡ ଲାଗିଥିଲା ।

ଉଭୟ କହିଥିଲେ ଯେ, ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେମାନଙ୍କ ଶରୀରରେ ଚୁମ୍ବକ ଦ୍ବାରା ଆକର୍ଷିତ ହେଉଥିବା ବସ୍ତୁ ରଖିଲେ ତାହା ଶରୀରରେ ଲାଗିଯାଉଛି । ଉଭୟ କରୋନା ଭାକ୍ସିନର ପ୍ରଥମ ଡୋଜ୍ ମାର୍ଚ୍ଚ ୧୦ ଏବଂ ଦ୍ବିତୀୟ ଡୋଜ୍ ଅପ୍ରେଲ ୧୦ ତାରିଖରେ ନେଇଥିଲେ ।

ସେନ୍ଧଓ୍ବା ହସ୍ପିଟାଲର ଡାକ୍ତର କହିଛନ୍ତି ଟିକା ନେବା ଯୋଗୁଁ ଏହା ହେବା ସମ୍ଭବ ନୁହେଁ । ଯେଉଁ ସମୟରେ ଷ୍ଟିଲ ବାସନ କିମ୍ବା କଏନ ଲାଗିଯାଉଛି ତାଙ୍କ ନିଜ ମାଧ୍ୟାକର୍ଷଣ ଶକ୍ତି କିମ୍ବା ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଏପରି ହୋଇପାରେ ।

   Related Posts