ଜେଲ୍‌ରେ ଫୋନ୍ ଉପରେ ବ୍ରେକ୍‌: କଏଦୀଙ୍କୁ ଜଗିବ ଫୋନ୍ ଡିଟେକ୍ଟର, କର୍ମଚାରୀଙ୍କ ପାଇଁ ଟ୍ରାକର...

Published By : Prameya-News7 Bureau | January 07, 2020 IST

ଭୁବନେଶ୍ବର୭/୧: ଜେଲରେ କଏଦୀଙ୍କ ଚୋରା ଫୋନ୍ କଲକୁ ଜଗିବ ଫୋନ୍ ଡିଟେକ୍ଟର । ଖାଲି ସେତିକି ନୁହେଁ ଜେଲ କର୍ମଚାରୀଙ୍କ ମୋବାଇଲକୁ ମଧ୍ୟ ଜଗିବ ଏହି ଟ୍ରାକର।  ତଳ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀ ବି ଡ୍ୟୁଟି ସମୟରେ ଫୋନ ବ୍ୟବହାର କରିପାରିବେ ନାହିଁ । ସେପଟେ  ଜେଲ କ୍ଷେତ୍ରରେ ଅଧିକ ସଂସ୍କାର ଆଣିବା ପାଇଁ ଖୋର୍ଦ୍ଦା ଜାମୁଝରୀ ମୁକ୍ତାକାଶ କାରଗାର ପାଖରେ ଖୋଲାଯିବ ଜେଲ୍ ଏକାଡେମୀ । ଏହା ଦ୍ବାରା ଜେଲ କର୍ମଚାରୀ ଓ ଅଧିକାରୀ ଅଧିକ କ୍ରିୟାଶୀଳ ଓ ଉତ୍ତମ ସେବା ଯୋଗାଇ ପାରିବ ବୋଲି କହିଛନ୍ତି  ଜେଲ୍ ଡିଜି ।

{"id":208338,"sizeSlug":"large"}

ସାବଧାନ ଜେଲ କର୍ମଚାରୀ ଓ କଏଦୀ ।  ଏଣିକି ତୁମମାନଙ୍କ ଉପରେ ନଜର ରଖିବ ଫୋନ ଡିଟେକ୍ଟର ।  ଆଉ ଚାଲିବନି ବେଧଡକ ମୋବାଇଲ୍ ଫୋନର ଚୋରା ବେଆଇନ୍ ବ୍ୟବହାର । ସାବାଡ୍ ହେବେ ଅସାଧୁ କର୍ମଚାରୀ ଅଧିକ ଦଣ୍ଡିତ ହେବେ ଅପରାଧୀ । କାରଣ ଜେଲ ବିଭାଗ ଆଣିବାକୁ ଯାଉଛି ନୂତନ ଟେକ୍ନୋଲୋଜି । ରାଜ୍ୟର ୯୧ଟି ଜେଲରେ ଏଣିକି ରହିବ ଫୋନ୍ ଡିଟେକ୍ଟର ।

ଯାହା ଫଳରେ ଜେଲ ପରିସରରେ ଲୁଚା ଯାଇଥିବା ଫୋନକୁ ସହଜରେ ଟ୍ରାକ୍ କରିହେବ ।  ଏପରିକି ଡ୍ୟୁଟି ବେଳେ ଜେଲର କୌଣସି ବି କର୍ମଚାରୀ ଫୋନ୍ ବ୍ୟବହାର କରିପାରିବେ ନାହିଁ। କେବଳ ଅନୁମତି ପାଇଥିବା ବରିଷ୍ଠ ଅଧିକାରୀ ଫୋନ୍ ରଖି ପାରିବେ। ଏଥି ପାଇଁ ଜେଲ୍ ବିଭାଗ ଠାରୁ ଅନୁମତି ନେବାକୁ ହେବ। ରାଜ୍ୟର ବିଭିନ୍ନ ଜେଲରୁ ବାରମ୍ବାର ଫୋନ୍ କଲ ଧମକ, ଭିଡିଓ ଭାଇରାଲ୍ , ଦାଦାବଟି ଆଦାୟ ଜନିତ ଅଭିଯ଼ୋଗ ଆସିବା ପରେ ଜେଲ ବିଭାଗ ଏହି କଡା ପଦକ୍ଷେପ ନେଇଛି। ଏ ନେଇ ସୁଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ସେ କହିଛନ୍ତି ଗେଟ୍ କିପର ଉପରେ ରଖାଯିବ ତୀକ୍ଷଣ ନଜର।  ଜେଲ ଭିତରେ ଓ ବାହାରେ  ବଢାଯିବ ଇଣ୍ଟେଲିଜେନ୍ସ।

{"id":208339,"sizeSlug":"large"}

ଏହା ସହ ରାଜ୍ୟର୨ଟି ଜେଲରେ ଭିଡିଓ କନଫେରେନ୍ସି ବ୍ୟବସ୍ଥା କରାଯିବ। ଫଳରେ କଏଦୀ ମାନେ ଜେଲରେ ରହି କୋର୍ଟ ତାରିଖରେ ହାଜର ହୋଇ ପାରିବେ। ଏହା ଦ୍ବାରା ଖର୍ଚ୍ଚ କମ, ସମୟ ସାପେକ୍ଷ, ଫୋର୍ସ ମୁତୟନ ହ୍ରାସ ସହ ଅପରାଧୀ ବାଟରେ ଫେରାର ହେବା ସମ୍ଭାବନା କମିଯିବ।  ସଂସ୍କାରମୂଳକ ପଦକ୍ଷେପ ଭାବେ ଖୋର୍ଦ୍ଦା ଜାମୁଝରୀ ମୁକ୍ତାକାଶ କାରାଗାର ନିକଟରେ ଏକ ଜେଲ ଏକାଡେମୀ ପ୍ରତିଷ୍ଠା କରାଯିବ।୪୬ ଏକର ଜମିରେ ଏହି ଏକାଡେମୀ ନିର୍ମାଣ କରାଯାଉଛି। ଯେଉଁଠି ଜେଲର କର୍ମଚାରୀ, ଅଧିକାରୀ ଉନ୍ନତମାନର ତାଲିମ ନେବେ। ଦେଶ ବିଦେଶର ତଥା ଶିକ୍ଷାନୁଷ୍ଠାନର ପ୍ରଶିକ୍ଷକ ଏହି ସଂସ୍କାର ତାଲିମ ଦେବେ।

ଏହା ସହିତ ଚୌଦୁଆର ଜେଲରେ କଟକର କୁଖ୍ୟାତ ଅପରାଧୀ ସକିଲର କାରାନାମା ଉପରେ ନଜର ରଖିଛି ଜେଲ ବିଭାଗ। ରାଜ୍ୟର ବିଭିନ୍ ଜେଲରେ ଥିବା ସବୁ ବଡ ବଡ ଅପରାଧୀଙ୍କ ଉପରେ ବି ସମାନ ପ୍ରକାରର କ୍ରିମିନାଲ ଇଣ୍ଟେଲିଜେନ୍ସ ରଖାଯାଇ ଅପରାଧ ନିୟନ୍ତ୍ରଣ କରାଯିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.