Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚାଷୀ ଆନ୍ଦୋଳନ ଯୋଗୁ ଦେଶରେ ବଢିଛି ମୋବାଇଲ ଟାୱାର ଭଙ୍ଗାରୁଜା ଘଟଣା, ଭାଙ୍ଗିଲାଣି ୧ ହଜାର ୩୩୮, ସେବା ପ୍ରଭାବିତ

27/12/2020 at 7:12 PM

ନୂଆଦିଲ୍ଲୀ ୨୭।୧୨:  ଦେଶରେ ସଂଶୋଧିତ କୃଷକ ଆଇନ-୨୦୨୦କୁ ସାରା ଦେଶରେ ଚାଷୀମାନେ ବିରୋଧ କରୁଛନ୍ତି। ଉତ୍ତର ଭାରତର ଚାଷୀମାନେ ଦିଲ୍ଲୀକୁ ଚାରିପଟୁ ଘେରି ରହିଥିବା ବେଳେ ରବିବାର ଦକ୍ଷିଣ ଭାରତରୁ ଚାଷୀମାନେ ଆନ୍ଦୋଳନକୁ ସହଯୋଗ ଲାଗି ୧୬ଟନ ଖାଦ୍ୟ ଶଶ୍ୟ ପଠାଇଛନ୍ତି। ଏଥିରେ ଦେଶରେ ମୋବାଇଲ ଟାୱାର ଭଙ୍ଗାରୁଜା ବଢିବା ଏବେ ଚିନ୍ତାର କାରଣ ପାଲଟିଛି।

ଏଥିରେ ରିଲାଏନ୍ସର ଜିଓ ଟାୱାରକୁ ଲୋକେ ଟାର୍ଗେଟ୍‌ କରୁଥିବା ଦେଖାଯାଉଛି। ପଞ୍ଜାବରେ ଏପରି ଘଟଣା ବଢିବା ଯୋଗୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଏପରି ନ କରିବାକୁ ନିବେଦନ ମଧ୍ୟ କରିଥିଲେ। ହେଲେ ଲୋକେ ମୋବାଇଲ ଟାୱାରଭଙ୍ଗାରୁଜା ବନ୍ଦ କରୁନାହାନ୍ତି। ଏହାର ପ୍ରଭାବ ସିଧା ନେଟୱାର୍କ ଉପରେ ପଡୁଥିବା ବେଳେ ଲୋକେ ସଂଯୋଗ ଲାଗି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମିଳୁଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୫୧ଟି ମୋବାଇଲ ଟାୱାର ଭଙ୍ଗାରୁଜା ହୋଇଥିବାର ଅଭିଯୋଗ ମିଳିଛି। ଫଳରେ ମୋଟ ୧ ହଜାର ୩୩୮ ଟାୱାର ନଷ୍ଟ ହୋଇଥିବା ବେଳେ ଅପରେଟରଙ୍କୁ ସେବା ଯୋଗାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

କାହିଁକି ହେଉଛି ମୋବାଇଲ ଟାୱାର ଭଙ୍ଗାରୁଜା ?
ମୋବାଇଲ ଟାୱାର ଭଙ୍ଗାରୁଜା ପଛରେ କୃଷକ ନେତାଙ୍କ ଅଭିଯୋଗକୁ ମୋବାଇଲ ଅପରେଟର ଦାୟୀ କରୁଛନ୍ତି। ଏକ ନିର୍ଦ୍ଧିଷ୍ଟ ମୋବାଇଲ ସେବା ପ୍ରଦାନକାରୀ ଏବେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସରକାର ସେହି କମ୍ପାନୀ ମୁଖ୍ୟଙ୍କ ପ୍ରରୋଚନାରେ ଜନବିରୋଧୀ କୃଷି ଆଇନ ଆଣିଥିବାର କୃଷକନେତାମାନେ ସନ୍ଦେହ କରୁଛନ୍ତି। ଏଣୁ ସମ୍ପୃକ୍ତ ଉଦ୍ୟୋଗପତିମାନଙ୍କ ବ୍ୟବସାୟ ଏବେ ଚାଷୀ ଓ ସେମାନଙ୍କ ସମର୍ଥକଙ୍କ ଟାର୍ଗେଟ୍‌ରେ ରହିଛି।  

ଚିନ୍ତାରେ ଟିଏଆଇପିଏ
ତେବେ ସେମାନେ ଟାୱାର ଭଙ୍ଗାରୁଜା କରିବା ବେଳେ କେଉଁଟା ଜିଓର ଓ କେଉଁଟା ଅନ୍ୟ କମ୍ପାନୀର ତାହା ବୁଝୁ ନାହାନ୍ତି। ପଞ୍ଜାବ ଏବେ ଟାୱାର ଶୂନ୍ୟ ହୋଇପଡିଲାଣି। ଏଣୁ ଲୋକଙ୍କ କାଣ୍ଡକୁ ନେଇ ଏବେ ଟାୱାର ଏଣ୍ଟ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର୍ସ( ଟିଏଆଇପିଏ)ଙ୍କ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେବେ ଚାଷୀ ଆନ୍ଦୋଳନ ଆଢୁଆଳରେ କିଛି ଲୋକେ ଲୋକଙ୍କୁ ଟାୱାର ଭଙ୍ଗାରୁଜା ଲାଗି ଉସକାଉଥିବା ରିଲାଏନ୍ସ ଅଭିଯୋଗ କରିଛି। ଯେପରି ଜିଓର ବ୍ୟାବସାୟ କ୍ଷତି ହୁଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

   Related Posts