ସରକାରୀ ନିୟମକୁ ଫୁ, ବେଆଇନ ଭାବେ ଚାଲିଛି ମୋବାଇଲ ଟାଓ୍ବାର ନିର୍ମାଣ

Published By : Prameya-News7 Bureau | June 25, 2019 IST

ଜଟଣୀ ୨୫|୬: ସବୁ ନିୟମକୁ ଫୁ କରି ଜଟଣୀ ବାଲିଛକ ସାହିରେ ଚାଲିଛି ମୋବାଇଲ୍ ଟାଓ୍ବାର ନିର୍ମାଣ । କୌଣସି ସ୍କୁଲ, ହସ୍ପିଟାଲ୍ କି ଜନବସତି ବହୁଳ ଅଂଚଳରେ ମୋବାଇଲ୍ ଟାଓ୍ବାର୍ ନିର୍ମାଣ କରାଯାଇପାରିବ ନାହିଁ ବୋଲି ନିୟମ ଥିଲେ ମଧ୍ୟ ସବୁ ନିୟମକୁ ଉଲଂଘନ କରାଯାଇଛି । ଏମିତିକି ଜଟଣୀ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମାଣକୁ ବେଆଇନ ଘୋଷଣା କରି କାମ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ବି ଏହାକୁ ଖାତିର କରିନାହାନ୍ତି ଟାଓ୍ବାର କମ୍ପାନୀ କର୍ତ୍ତୃପକ୍ଷ ।

{"id":126949}

ରାତିରେ ଲାଇଟ୍ ଲାଗି ଚାଲିଛି କାମ ।  କାମ ବନ୍ଦ ପାଇଁ ନିର୍ବାହୀ ଅଧିକାରୀ ପୋଲିସର ସହାୟତା ଲୋଡିଥିଲେ ମଧ୍ୟ ଥାନାବାବୁ ଧରାଛୁଆଁ ଦେଇନଥିଲେ । ଏତଲା ଦେବାକୁ ଜଟଣୀ ଥାନାରେ ଘଣ୍ଟା ଘଣ୍ଟା ଧରି ବସିଥିଲେ ପୌର ନିର୍ବାହୀ ଅଧିକାରୀ ତପନ ମହାପାତ୍ର । ହେଲେ କାହାରି ଦେଖା ନଥିଲା ।  ଟାଓ୍ବାର ନିର୍ମାଣ ପାଇଁ ଖୋଳା ଯାଇଥିବା ବଡ଼ ଖାଲ ଯୋଗୁ ପାଖରେ ଥିବା ଘର ସବୁ ବିପଦରେ । ଟଙ୍କା ଲୋଭରେ ନିଜ ଜାଗାରେ ଟାଓ୍ବାର ନିର୍ମାଣ ପାଇଁ ଅନୁମତି ଦେଇ ଅନ୍ୟର ଜୀବନକୁ ବିପଦରେ ପକାଇଛନ୍ତି ଜାଗା ମାଲିକ ।

{"id":126950}

ଜଟଣୀରେ ଜଗନ୍ନାଥ ଜମିକୁ ଦୀର୍ଘ ଦିନ ଧରି ବିବାଦ ରହିଛି ।  ଏହାକୁ ନେଇ  ପ୍ରଶାସନ କୌଣସି ନିର୍ମାଣ କାମ କରିବାକୁ ଅନୁମତି ଦେଉନଥିବା ବେଳେ ବାଲିଛକ ସାହିରେ ଏହି ଜାଗା ଉପରେ କେମିତି ମୋବାଇଲ୍ ଟାଓ୍ବାର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିର କରାଯାଉନି । ଏହା ପଛରେ ଆଉ କେଉଁ ବଡବଡିଆଙ୍କ ହାତ ରହିଛି କି । ପୋଲିସର ଭୂମିକା ମଧ୍ୟ ସନ୍ଦେହ ଘେରରେ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.