ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ

Published By : Prameya-News7 Bureau | March 08, 2021 IST

ଜଳେଶ୍ବର ୮।୩: ମୋବାଇଲ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ରୁପସା ଥାନା ରାଉତପଡାଠାରେ ।

ସୂଚନା ଅନୁସାରେ ରାଉତପଡା ଗ୍ରାମର କାର୍ତ୍ତିକ ଚନ୍ଦ୍ର ମହାନ୍ତି ସପରିବାର ଗୋବିନ୍ଦପୁର ଗ୍ରାମରୁ ରାଉତପଡା ଗ୍ରାମକୁ ଚାଲିଚାଲି ରାସ୍ତାରେ ମୋବାଇଲ ଟର୍ଚ୍ଚ ମାରି ଆସୁଥିଲେ । ସେହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ମୋବାଇଲ ଛଡାଇ ନେଇ ପଳାଇଥିଲେ । ତେବେ କାର୍ତ୍ତିକ ଉପସ୍ଥିତ ବୁଦ୍ଧି ଖଟାଇ ଗାଁକୁ ଖବର ଦେଇଥିଲେ ।

ଖବରପାଇ ଗାଁଲୋକମାନଙ୍କ ଦ୍ବାରା ବାଇକ୍ ସହ ତିନି ଜଣ ଯୁବକକୁ ଅଟକାଇବା ରେ ସଫଳ ହୋଇଥିଲେ ମଧ୍ୟ ଦୁଇ ଜଣ ଯୁବକ ଖସି ପଳାଇଥିଲେ । ଅଟକ ଥିବା ଯୁବକଙ୍କୁ ଗ୍ରାମବାସୀ ନିର୍ଧୁମ ଛେଚିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋର ସହ ବାଇକକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି । ଯୁବକ ଜଣଙ୍କ ବସ୍ତା ଥାନା ବଡା ଗ୍ରାମର ପଦ୍ମଲୋଚନ ଜେନା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.