Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୩୦ଟି ମୋବାଇଲ ଚୋରୀ କରିଥିବା ବିଟେକ ଛାତ୍ରକୁ ଗିରଫ କଲା ଶହିଦନଗର ପୋଲିସ

8/04/2019 at 7:19 PM

ଭୁବନେଶ୍ବର୮|୪; ଗୋଟିଏ ନୁହେଁ କି ଦୁଇଟି । ୩୦ ଦାମି ମୋବାଇଲ  ଜବତ କରିଛି ସହିଦନଗର ଥାନା ପୋଲିସ । ମୋବାଇଲ ଲୁଟ ଅଭିଯୋଗରେ ଜଣେ ବିଟେକ ଛାତ୍ରକୁ ଗିରଫ କରାଯାଇଛି ।

ଫଟୋରେ ଦେଖନ୍ତୁ ଏହି ଯୁବକଙ୍କୁ । ଯୁବକ ଜଣକ ଜଣେ ବିଟେକ ଛାତ୍ର । ନିଶା ଖାଇବା ପାଇଁ ଏତେ ତଳକୁ ଖସିଗଲେ ଯେ ଚୋରୀ କରିବାକୁ ପଛାଇଲେ ନାହିଁ । ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବା କୋରିଅର କମ୍ପାନୀର ଏକ ପେଟି ମୋବାଇଲକୁ ଭଦ୍ରକ ଠାରେ ଚୋରୀ କରିନେଇଥିଲେ । ଯାହାର ପର୍ଦାଫାସ କରିଛି ସହିଦନଗର ଥାନା ପୋଲିସ ।

ଗତ ଶନିବାର ଖାରବେଳନଗର ଠାରେ ଥିବା ସିଟି କମରସିଆଲ କୋରିଅରର ଜଣେ କର୍ମଚାରୀ ୭ଲକ୍ଷ ୫୦ ହଜାର ଟଙ୍କାର ୩୦ଟି ମୋବାଇଲଥିବା ପେଟିକୁ ଏକ ଘରୋଇବସରେ ଦେଇ ତାହା ବାଲେଶ୍ବର କୋରିଅର କମ୍ପାନୀରେ ଦେଇଦେବାକୁ କହିଥିଲେ । ସେହି ସମୟରେ ଏହି ଯୁବକ ଜଣକ ଭଦ୍ରକ ଯିବାପାଇଁ ବସରେ ଚଢିଥିଲେ । ମୋବାଇଲ ପେଟି ସମ୍ପର୍କରେ କଥାବାର୍ତ୍ତା ଶୁଣି ଏହି ଯୁବକଙ୍କର ଲୋଭ ବଢିଥିଲା ।

ଭଦ୍ରକ ଠାରେ ଯେତେବେଳେ ଗାଡି ହେଲପର ଅନ୍ୟ ଯାତ୍ରୀ ମାନଙ୍କର ଲଗେଜ ଦେବାକୁ ବସ ପଛପଟକୁ ଗଲା ଠିକ ସେହି ସମୟରେ ଯୁବକ ଜଣକ ମୋବାଇଲ ପେଟିକୁ ଧରି ଗାଏବ ହୋଇଯାଇଥିଲେ । ପେଟି ଭିତରୁ ଏକ ମୋବାଇଲକୁ ବାହାରେ ଯୁବକ ଜଣକ ବିକ୍ରୀ କରିଦେଇଥିଲେ । ଯାହାର ଏମଆଇଏମଇନମ୍ବରକୁ ଟ୍ରାକ କରି ପୋଲିସ ଏହି ଯୁବକ ପାଖରେ ପହଁଚିଥିଲା ।

ଯୁବକ ଜଣକ ଭୁବନେଶ୍ବରର ଏକ ଘରୋଇ ଇଁଜିନିୟରିଂଗ କଲେଜର ବିଟେକ ଶେଷ ବର୍ଷର ଛାତ୍ର ବୋଲି ଜଣା ପଡିଛି । ଯୁବକ ଜଣକ ଡ୍ରଗସ ଖାଇବା ପାଇଁ ଏହି ଲୁଟ କରିଥିବା ଜଣା ପଡିଛି

   Related Posts