କୁଖ୍ୟାତ ମୋବାଇଲ୍‌ ଚୋର ଗିରଫ, ଆଣ୍ଡ୍ରୋଏଡ଼ ମୋବାଇଲ ସହ ଗାଡ଼ି ବ୍ୟାଟେରି ବି ଛାଡ଼ିନଥିଲା

Published By : Prameya-News7 Bureau | September 20, 2021 IST

ପାଟପୁର, ୨୦/୦୯: ପାଟପୁର ଥାନା ପୋଲିସ ଦ୍ୱାରା ଜଣେ ମୋବାଇଲ ଚୋର ଗିରଫ ହୋଇଛି । ଅଭିଯୁକ୍ତ ସାହାସପୁର ଅଞ୍ଚଳର ଏ ଗଣେଶ ପାତ୍ର । ୧୬ଟି ଆଣ୍ଡ୍ରୋଏଡ଼ ମୋବାଇଲ, ୩ଟି କିପେଡ ମୋବାଇଲ, ୪ଟି ଗାଡି ବ୍ୟଟେରୀ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ଭିନ୍ନ ତରିକାରେ ମୋବାଇଲ ଚୋରୀ କରୁଥିଲା । ମୋବାଇଲ ଚୋରୀ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା ।

{"id":514895,"sizeSlug":"large","linkDestination":"none"}

ସମସ୍ତ ସାମଗ୍ରୀ ଜବତ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଯେଉଁ ମାନଙ୍କର ମୋବାଇଲ ଚୋରି ହୋଇଥିଲା କାଗଜ ପତ୍ର ଦେଖାଇବା ପରେ ଥାନାରେ ସେମାନଙ୍କୁ ସେମାନଙ୍କର ମୋବାଇଲ ଫେରାଇ ଦିଆଯାଇଛି । କରାଯାଇଛି ବୋଲି କହିଛନ୍ତିଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳେଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.