ଧରାପଡ଼ିଲା ଆନ୍ତର୍ଜାତୀୟ ଲୁଟେରା ଗ୍ୟାଙ୍ଗ : ନେପାଳ-ଥାଇଲାଣ୍ଡରେ କରୁଥିଲା ସପ୍ଲାଏ

Published By : Prameya-News7 Bureau | October 03, 2019 IST

ମିରଟ ୩/୧୦: ମିରଟ ପୋଲିସ୍ ଆନ୍ତର୍ଜାତୀୟ ଲୁଟେରା ଗ୍ୟାଙ୍ଗ ଗିରଫ କରିଛି। ପୋଲିସ୍ ଏହି ଗ୍ୟାଙ୍ଗର ମୁଖ୍ୟ ଶରଦ ଗୋସ୍ବାମୀ ସହ ୭ଜଣ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ୍ ଅଭିଯୁକ୍ତଙ୍କ ପାଖରୁ ୧କୋଟି ଟଙ୍କାର ୨୮୦ଟି ମୋବାଇଲ୍ ଏବଂ ୬ଟି ଲ୍ୟାପଟପ୍ ଜବତ କରିଛି। ଏହା ସହିତ ଏକ ଲାଇସେନ୍ସଯୁକ୍ତ ରାଇଫଲ,ଗୋଟିଏ ପିସ୍ତଲ,୨୦ଟି କାରତୁସ ,ଗୋଟିଏ ଟାଟା ନେକ୍ସା ଏବଂ ଗୋଟିଏ ସ୍ବିଫ୍ଟ ବିଡିଆଇ ମଧ୍ୟ ଜବତ କରିଛି।

ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ଏହି ଗ୍ୟାଙ୍ଗ ଭାରତର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର ଏବଂ ବୋଲର ମନୋଜ ପ୍ରଭାକରଙ୍କ ପତ୍ନୀଙ୍କ ମୋବାଇଲ ଦିଲ୍ଲୀରୁ ଚୋରି କରିଥିଲା। ପରେ ଗ୍ୟାଙ୍ଗର ମୁଖ୍ୟ ମନୋଜ ପ୍ରଭାକରଙ୍କ ପତ୍ନୀଙ୍କୁ ଧମକ ଦେଇଥିଲା। ଦିଲ୍ଲୀର ସାକେତ ଥାନାରେ ଏହି ମାମଲା ରୁଜୁ କରାଯାଇଛି।

କେବଳ ଏତିକି ନୁହେଁ ସାମ୍ବାଦିକ ପୀୟୁଷ ରାୟଙ୍କ ମୋବାଇଲ୍ ମଧ୍ୟ ଏହି ଗ୍ୟାଙ୍ଗ ଲୁଟି ନେପାଳରେ ବିକ୍ରି କରିଦେଇଥିଲା। ପୋଲିସ୍ ନେପାଳରୁ ମୋବାଇଲ ଜବତ କରିଛି। ଏହା ସହିତ ଏହି ଗ୍ୟାଙ୍ଗ ସାମ୍ବାଦିକ ଗଜେନ୍ଦ୍ରଙ୍କ ହଷ୍ଟେଲରୁ ଛାତ୍ରଙ୍କ ଲ୍ୟାପଟପ୍ ଏବଂ ମୋବାଇଲ ଚୋରି କରିଥିଲେ। ଏହାକୁ ମଧ୍ୟ ପୋଲିସ୍ ଜମତ କରିଛି।

ଚଳିତ ବର୍ଷ ମଇ ମାସରେ ଏହି ଧୂର୍ତ୍ତ ଗ୍ୟାଙ୍ଗ ଗୌତମ ବୁଦ୍ଧନଗର ଥାନା କାସନାରେ ଓପ୍ପୋ କମ୍ପାନୀର ୧୪୦୦ମୋବାଇଲ୍ ଲୋଡ ହୋଇଥିବା କ୍ୟାଣ୍ଟର ଗାଡ଼ିକୁ ଲୁଟିଥିଲେ। ଏହି ଆନ୍ତର୍ଜାତୀୟ ଗ୍ୟାଙ୍ଗ ଉତ୍ତରପ୍ରଦେଶ ,ହରିୟାଣା,ଦିଲ୍ଲୀ,ରାଜସ୍ଥାନ,କର୍ଣ୍ଣାଟକ,ତାମିଲନାଡ଼ୁ,ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,ମହାରାଷ୍ଟ୍ର ଭଳି ରାଜ୍ୟରେ ଚୋରି ଏବଂ ଲୁଟ୍ ଜାରି ରଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.