Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଦିବ୍ୟାଙ୍ଗ ହୋଇ ବି ଚାହାଁନ୍ତିନି ଦୟା: ଓଠରେ କରନ୍ତି ମୋବାଇଲ ରିଚାର୍ଜ , ଚଳାନ୍ତି ଦୋକାନ

21/12/2019 at 4:14 PM

ବରଗଡ ୨୧।୧୨: ସେ ଦିବ୍ୟାଙ୍ଗ ନୁହଁନ୍ତି ଅକ୍ଷମ। ହାତ ନଥିଲେ ମଧ୍ୟ ସେ ଚଳାଇଛନ୍ତି ବ୍ୟବସାୟ । ପ୍ରବଳ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁଁ ସେ ଏକ ନିଆା ଢଙ୍ଗରେ ମୋବାଇଲ ଦୋକନ ଚଳାଇଛନ୍ତି । ଜନ୍ମରୁ ସେ ଦିବ୍ୟାଙ୍ଗ କିନ୍ତୁ ଏକ ନିଆରା ଢଙ୍ଗରେ ସେ ହାତଗୋଡ ଥିବା ଲୋକଙ୍କ ସହ ସମାନ । ହାତ ନୁହେଁ ସେ ନିଜ ଓଠରେ ମୋବାଇଲ ଭାଉଚର ରିଚାର୍ଜ କରୁଛନ୍ତି । ଏପରି ଭାବେ ସେ ଆର୍ଥିକ ସ୍ୱାବଲମ୍ବୀ ହୋଇଛନ୍ତି, ଜଣେ ଦିବ୍ୟାଙ୍ଗ ଯୁବକ । ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

ବରଗଡ ଜିଲ୍ଲା ବିରମଲ ଗାଁର କମଳ ସାହୁ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ, ହାତ ଗୋଡ଼ ନ ଥିବା ସତ୍ତ୍ୱେ ନିଜ ଓଠ ରେ ମୋବାଇଲ ଭାଉଚର ରିଚାର୍ଜ କରୁଛନ୍ତି । ଆର୍ଥିକ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରର ପ୍ରତିପୋଷଣ କରୁଛନ୍ତି । ନିଜ ଉପରେ ଭରସା ରଖୁଥିବା ବ୍ୟକ୍ତି ଜୀବନରେ କେବେ ବି ଅସଫଳ ହୁଏ ନାହିଁ । ନିଜର ଶାରୀରିକ ଅକ୍ଷମତା ପାଇଁ ବରଗଡ଼ ଜିଲ୍ଲା ବିରମାଲ ଗ୍ରାମ ର କମଲ ସାହୁ  କିଛି କାମ କରିପାରନ୍ତି ନାହିଁ , ସେ ସମ୍ପୁର୍ଣ୍ଣ ଭାବରେ ଦିବ୍ୟାଙ୍ଗ । ଖଟରେ ହିଁ କଟିଥାଏ ତାଙ୍କ ଦିନ ରାତି ।  ନିତ୍ୟକ୍ରମ ପାଇଁ ବାପା ,ମା ଓ ଭାଇର ସହାୟତା ନେଇଥାନ୍ତି କମଲ ।  

ପାଖ ଆଖ  ଘର ର ବଡ ପୁଅ ହିସାବରେ ଅନ୍ୟ ମାନଙ୍କ ପରି ସେ ମଧ୍ୟ ସପନ ଦେଖିଥିଲେ ବଡ଼ ହୋଇ ବାପା ମା ଙ୍କୁ  ଆର୍ଥିକ ସହାୟତା କରିବେ । ବୃଦ୍ଧାବସ୍ଥାରେ ସେମାନଙ୍କୁ ପ୍ରତିପୋଷଣ କରିବେ । ହେଲେ ଏଥିପାଇଁ ନିଜ ଶରୀର ର ଅକ୍ଷମତା ହିଁ ସାଜିଥିଲା ବାଧକ ।  କମଲ ସାହୁ ନିଜ ବାହାର ଘରେ ଏକ ଖଟରେ ପଡିରହିଥାନ୍ତି । ଘର ବାହାରେ କିଛି ମୋବାଇଲ କମ୍ପାନୀ ର ବୋର୍ଡ ମଧ୍ୟ ଲାଗିଛି । ନିଜର ସବୁ ନିତ୍ୟକର୍ମ ପାଇଁ ମଧ୍ୟ ଅନ୍ୟଉପରେ ନିର୍ଭର କରୁଥିବା କମଲ ନିଜ ଓଠ ସାହାଯ୍ୟ ରେ ମୋବାଇଲ ଭାଉଚର ରିଚାର୍ଜ କରୁଛନ୍ତି ।

ତେବେ ତାଙ୍କ ଠାରୁ ମୋବାଇଲ ରିଚାର୍ଜ କରିବା ପାଇଁ କେବଳ ତାଙ୍କ ଗ୍ରାମ ନୁହେଁ ପାଖ ଆଖ  ଗ୍ରାମ ରୁ ମଧ୍ୟ ଗ୍ରାହକ ଆସିଥାନ୍ତି । ଶେଷରେ ମାତ୍ର ନବମ ଶ୍ରେଣୀ ପାଠ ପଢିଥିବା କମଲ ମୋବାଇଲ ଭାଉଚର ରିଚାର୍ଜ ବ୍ୟବସାୟ କରି କିଛି ଆର୍ଥିକ ରୋଜଗାର କରିବାଲାଗି ନିଷ୍ପତ୍ତି ନେଇଥିଲେ  । ମାତ୍ର ୧୦ ହଜାର ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଛନ୍ତି କମଲ । ଜନ୍ମ ରୁ ଦିବ୍ୟାଙ୍ଗ ଥିବା କମଲ ସାହୁ ଙ୍କୁ କେବଳ ଏକ ତ୍ରିସାଇକେଲ ବ୍ୟତୀତ ଅନ୍ୟ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ ବୋଲି କମଲ ଙ୍କ ମା କ୍ଷୋଭ ପ୍ରକାଶ କରି କହିଛନ୍ତି ।

   Related Posts