Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବ୍ୟବହାର କରୁଥିବା ନିଜ ଫୋନ୍ ସହ ଜମା କରନ୍ତୁ ନାହିଁ ଏହି ସବୁ ଭୁଲ , ପଡିବେ ଅସୁବିଧାରେ

25/06/2019 at 12:34 PM

ଆଜିକାଲି ଫୋନ୍‌ ଚଲାଇବା କାହାକୁ ବା ପସନ୍ଦ ନୁହଁ। ଦୈନଦିନ ଜୀବନରେ ଫୋନର ବ୍ୟବହାର ମଣିଷ ପାଇଁ ଏକ ଆବଶ୍ୟକତା ହୋଇଯାଇଛି। କାରଣ ଫୋନ୍‌ରେ ଥିବା ଆପ୍‌ ଦ୍ବାରା ଲୋକଙ୍କର କାମ ସହଜ ହୋଇଯାଇଥାଏ।ଏଥିପାଇଁ ସ୍ମାର୍ଟ ଫୋନ୍‌ର ମହତ୍ବ ମଣିଷ ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଉନ୍ନତ ଟେକ୍‌ନୋଲୋଜିର ସ୍ମାର୍ଟଫୋନ ଯେତିକି ସୁବିଧା ଦେଇଥାଏ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ।

 ତେଣୁ ଫୋନ୍‌ ବ୍ୟବହାର କରିବା ସମୟରେ ସତର୍କ ରହିବା ଜରୁରୀ ।ଫୋନ୍‌ ବ୍ୟବହାର କରିବା ସମୟରେ ଅନେକ ଭୁଲ ହୋଇଥାଏ। ଅନେକ ଲୋକ ଫୋନ୍‌ର ବ୍ୟାଟ୍‌ରୀର ଦୁର୍ବ୍ୟବହାର କରନ୍ତି। ଫୋନ୍‌ ଚାର୍ଜ କରିବା ସମୟରେ ଏମିତି ଅନେକ ଭୁଲ ହୋଇଥାଏ ଯାହା ଫୋନ୍‌ର ବ୍ୟାଟ୍‌ରୀ ଉପରେ ଖରାପ ପ୍ରଭାବ ପକାଏ।ବାରମ୍ବାର ଫୋନ୍‌କୁ ଫୁଲ ଚାର୍ଜ କରିବା ଅନୁଚିତ୍‌।କାରଣ ଏହା ଦ୍ବାରା ବ୍ୟାଟ୍‌ରୀ ଶୀଘ୍ର ଖରାପ ହୋଇଥାଏ।

ଫୋନ୍‌ ଚାର୍ଜ ହେବା ସମୟରେ ମଧ୍ୟ ଅଧିକାଂଶ ଲୋକେ ଫୋନ ବ୍ୟବହାରକ କରନ୍ତି।ଏହା ଦ୍ବାରା ଫୋନ୍‌ ବ୍ୟାଟ୍‌ରୀ ଫାଟିବା ସମ୍ଭାବନା ଥାଏ। ପୂରା ଦିନ ଫୋନ୍‌ରେ ଗେମ୍‌ ଖେଳିଳେ ଫୋନ୍‌ ଗରମ୍‌ ହୋଇଯାଏ। ଫୋନ ଅଧିକ ଗରମ ହେଲେ ମଧ୍ୟ ଫାଟିବାର ସମ୍ଭାବନା ଥାଏ। ଏଥିପାଇଁ ଫୋନ୍‌ ଅଧିକ ଗରମ ହେଲା ଭଳି ବ୍ୟବହାର କରିବା ଅନୁଚିତ୍‌।

ପ୍ରାୟତଃ ଲୋକେ ଫୋନ୍‌ର ସେଟିଂସ୍‌ ବାରମ୍ବାର ବଦଳାଉଥାନ୍ତି, ଫଳରେ ଫୋନ୍‌ ବୁଟ୍‌ ହୋଇଥାଏ। ଏହା ଦ୍ବାରା ମୋବାଇଲର ୱାରେଣ୍ଟି କମ୍ପାନୀ ତରଫରୁ ସରିଯାଏ।ଫୋନ୍‌ରେ କୌଣସି ସଫ୍ଟୱେର୍‌ ଇଂଷ୍ଟଲ କରିଲେ ସିଷ୍ଟମ ଉଡିଯାଏ। ତେଣୁ ମୋବାଇଲ ଫୋନ୍‌ର ସେଟିଂରେ କୌଣସି ପ୍ରକାରର ପରିବର୍ତ୍ତନ କରିଲେ କମ୍ପାନୀର ବିଶେଷ ସୂଚନା ଉପରେ ଧ୍ୟାନ ଦେବା ଜରୁରୀ।

   Related Posts