ପ୍ୟାଣ୍ଟ ପକେଟରେ ମୋବାଇଲ୍ ରଖିବା ପଡ଼ିପାରେ ମହଙ୍ଗା : ଜାଣନ୍ତୁ ଏହାର କ୍ଷତିକାରକ ପ୍ରଭାବ

Published By : Prameya-News7 Bureau | August 28, 2019 IST

ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ୍ ରହିଛି। ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡ଼ୁଛି। ଏକ ସର୍ଭେରେ ପୁରୁଷଙ୍କୁ ମୋବାଇଲ ନିଶାରୁ ଦୂରରେ ରହିବାକୁ କୁହାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଦିନରେ ଘଣ୍ଟାଏ ମଧ୍ୟ ମୋବାଇଲରେ କଥା ହେଲେ ପୁରୁଷଙ୍କ ଯୌନ କ୍ଷମତା ହ୍ରାସ ପାଇଥାଏ।  ପ୍ୟାଣ୍ଟ ପକେଟରେ ମୋବାଇଲ୍ ରଖିବା ମଧ୍ୟ କ୍ଷତିକାରକ ହୋଇଥାଏ। ଆପଣ ମୋବାଇଲ୍ ଅଣ୍ଡକୋଷ ନିକଟରେ କିମ୍ବା ଅଣ୍ଟା ତଳେ ରଖିଥାଆନ୍ତି ଏହା ଦ୍ବାରା ଆପଣଙ୍କ ସ୍ପର୍ମ ସ୍ତର ହ୍ରାସ ପାଇଥାଏ ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ।

{"id":150138,"width":575,"height":432}

ଆଜିକାଲି ଯୁବପୀଢ଼ିମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ଅନେକ ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି ଯେ ଯୁବପିଢ଼ୀଙ୍କ ଦିନ ରାତି ମୋବାଇଲ ରେ ବିତୁଛି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କି?

{"id":150139}

ସୂଚନା ଅନୁଯାୟୀ ଯୁବକମାନେ ଅତ୍ୟଧିକ ମୋବାଇଲ୍ ବ୍ୟବହାର କରିବା ଦ୍ବାରା ସେମାନଙ୍କ ସ୍ପର୍ମ ନଷ୍ଟ ହୋଇଯାଇଥାଏ। ମୋବାଇଲର ଇଲେକ୍ଟୋମ୍ୟାଗନେଟିକ୍ ଆକ୍ଟିଭିଟି କାରଣରୁ ସ୍ପର୍ମ ପ୍ରଭାବିତ ହୋଇଥାଏ। ପ୍ୟାଣ୍ଟ ପକେଟରେ ନିୟମିତ ମୋବାଇଲ ରଖୁଥିବା୧୦୦ରୁ ଅଧିକ ପୁରୁଷ ଗତ ବର୍ଷକ ମଧ୍ୟରେ ଫର୍ଟିଲିଟି କ୍ଲିନିକ୍ ଯାଇ ଚିକିତ୍ସା କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.