୪୬ଟି ଚୋରି ମୋବାଇଲ୍ ଜବତ, ଜଣେ ନାବାଳକ ସହ ଦୁଇ ଗିରଫ

Published By : Prameya-News7 Bureau | May 29, 2019 IST

ସମ୍ବଲପୁର ୨୯|୫: ସମ୍ବଲପୁର ଧମାଥାନା ଅନ୍ତର୍ଗତ ବଡଟିକିରା ଛକରେ ଏକ ମୋବାଇଲ୍‌ ଦୋକାନରୁ ଚୋରୀ ହୋଇଥିବା ୭୮ଟି ମୋବାଇଲ୍‌ ମଧ୍ୟରୁ ୪୬ଟି ଜବତ କରିଛି ପୋଲିସ । ଏହି ମାମଲାରେ ଜଣେ ନାବାଳକ ଲୁଟେରା ସମେତ ଦୁଇ ଜଣ ଗିରଫ ହୋଇଥିବା ବେଳେ, ଅନ୍ୟ ଦୁଇଜଣ ଫେରାର୍‌ ହୋଇଯାଇଛନ୍ତି। ଆଜି ଧମାଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି, ସଦର ଏସ୍‌ଡିପିଓ ଏହି ସୂଚନା ଦେଇଛନ୍ତି।

{"id":117340}

ଗତ ୧୧ତାରିଖରେ ତିନି ଜଣ ଲୁଟେରା, ମୋବାଇଲ୍‌ ଦୋକାନ କବାଟ ଭାଙ୍ଗି ଦୋକାନରେ ଥିବା ମୋଟ୍ ୭୮ଟି ମୋବାଇଲ୍‌ ଲୁଟ୍‌ କରି ବରଗଡ ଚାଲିଯାଇଥିଲେ। ପୋଲିସ୍ ଆଇଏମ୍‌ଇଆଇ ନମ୍ବରକୁ ଟ୍ରାକ୍‌ କରି, ଲୁଟେରାମାନଙ୍କ ପାଖରେ ପହଞ୍ଚିବା ସହ ଚୋରି ମୋବାଇଲ୍ ଉଦ୍ଧାର କରିବାରେ ସଫଳ ହୋଇଛି। ହେଲେ ଏହି ଲୁଟ୍‌ ଘଟଣାର ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର୍‌ ଅଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ଏସ୍‌ଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.