Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

୬ ମାସ ହେଲା ପେଟରେ ଥିଲା ମୋବାଇଲ୍‌, ଏକ୍ସରେ ରିପୋର୍ଟ ଦେଖି ଡାକ୍ତର ତାଜୁବ

19/10/2021 at 1:49 PM

ନୂଆଦିଲ୍ଲୀ ୧୯।୧୦ : ଅନେକ ଦିନ ଧରି ପେଟରେ ହେଉଥିଲା ବ୍ୟଥା । ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ପାଖକୁ ଗଲେ ଯୁବକ । ତେବେ ଡାକ୍ତରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଯୁବକ । ରୋଗୀଙ୍କ ପେଟରେ ରହିଛି ଏକ ମୋବାଇଲ୍‌ । ପ୍ରାୟ ୬ମାସ ହେବ ଯୁବକଙ୍କ ପେଟରେ ରହିଥିଲା ଏହି ମୋବାଇଲ । ଯାହାଲାଗି ଅନେକ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଯୁବକ ।

ଖବର ଅନୁଯାୟୀ, ୩୩ ବର୍ଷୀୟ ଯୁବକଙ୍କ ପେଟରେ ଅନେକ ଦିନ ହେବ ପେଟରେ ବ୍ୟଥା ହେଉଥିଲା । ଯାହାରି ଚିକିତ୍ସା ନିମନ୍ତେ ମିସ୍ରର ଉସ୍‌ଓ୍ୱାନ୍‌ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ପ୍ରଥମେ ପେଟର ଏକ୍ସ-ରେ କରିଥିଲେ । ଏହି ଏକ୍ସ-ରେରେ ପେଟରେ ଏକ ମୋବାଇଲ ରହିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଜୀବନ ପ୍ରତି ଏହା ବିପଦ ଦେଖି ଡାକ୍ତରମାନେ ତୁରନ୍ତ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ଅପରେନସନ୍‌ ପରେ ଯୁବକଙ୍କ ପେଟରୁ ମୋବାଇଲ୍‌ଟି ବାହାର କରିଥିଲେ ଡାକ୍ତର । ଏହି ମୋବାଇଲ୍‌ଟି ତାଙ୍କ ପେଟର ଗତ ୬ମାସ ହେଲା ରହିଥିଲା ବୋଲି ଅନୁମାନ କରାଯାଉଛି ।

ତେବେ ଅପରେସନ ହୋଇ ଯୁବକଙ୍କ ପେଟରୁ ମୋବାଇଲ୍‌ଟି ବାହାରିଛି । ହେଲେ ମୋବାଇଲ୍‌ଟି ପେଟ ଭିତରକୁ କିପରି ଗଲା । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ । ଜୀବନ ପ୍ରତି ବିପଦକୁ ଦେଖି ତୁରନ୍ତ ସର୍ଜରୀ କରିଥିଲେ ଡାକ୍ତର । ସେପଟେ ଉସ୍‌ଓ୍ୱାନ ବିଶ୍ୱବିଦ୍ୟାଳୟ ହସ୍ପିଟାଲରୁ ନିର୍ଦ୍ଦେଶକ କହିଛନ୍ତି ଯେ, ତାଙ୍କ ଜୀବନ କାଳ ମଧ୍ୟରେ ଏହା ବିରଳ ଘଟଣା । ଯେଉଁଥିରେ କି ଜଣେ ଆକ୍ରାନ୍ତଙ୍କ ପେଟରୁ ନୋକିଆ ୩୩୧୦ ଫୋନ୍‌ ବାହାର କରାଯାଇଛି ।  

   Related Posts