Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋବାଇଲ ବ୍ୟବହାର କରୁଥିଲେ ସାବଧାନ , ବ୍ୟାପୁଛି ଏହି ବିପଦଜନକ ରୋଗ

28/12/2019 at 4:05 PM

ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ । ଯୋଗାଯୋଗ ଲାଗି ବର୍ତ୍ତମାନ ସମୟରେ ମୋବାଇଲ ଏକ ମୁଖ୍ୟ ଉପକରଣ। ତେବେ ଏଥିରେ କେବଳ କଥାବାର୍ତ୍ତା ନୁହେଁ ଇଣ୍ଟରନେଟ୍ ଓ ଗେମ୍ ବି ଖେଳାଯାଇପାରୁଛି। ଏଣୁ ଲୋକେ ପ୍ରାୟ ସମୟ ମୋବାଇଲରେ କଟାଉଥିବାରୁ ନାନା ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଯେଉଁ ସମସ୍ୟାଟି ନୂଆ କରି ଉଭା ହୋଇଛି ତାହା ହେଉଛି ସ୍ନାୟବିକ ଦୁର୍ବଳତା ଜନିତ ରୋଗ । ଏହା ଏକ ଦୂରାରୋଗ୍ୟ ବ୍ୟାଧି ଯାହା ମୋବାଇଲ ବ୍ୟବହାର ଯୋଗୁ ହେଉଥିବା ପ୍ରଥମ କରି ଜଣାପଡିଛି।

ସଫ୍ଟୱେର କମ୍ପାନୀ ଏଡୋବ ଅନୁସାରେ ଲୋକେ ମୋବାଇଲ ଫୋନ ପରେ ପରେ କମ୍ପ୍ୟୁଟରରେ ଜୁଟି ଯାଉଛନ୍ତି। ଫଳରେ ମୋବାଇଲ ଓ କମ୍ପ୍ୟୁଟର ଯୋଗୁ ଲୋକେ ପ୍ରଥମେ ଅନିଦ୍ରା, ଆଖି ଶୁଷ୍କ ଅନୁଭବ କରିବା, ଗର୍ଦ୍ଦନରେ ଯନ୍ତ୍ରଣା ଆଦି ହେବା ସମସ୍ୟାରେ ଗ୍ରସିତ ହେଉଛନ୍ତି। ପରେ ଅଧିକ ବ୍ୟବହାର ଯୋଗୁ ସ୍ମୃତି ଶକ୍ତି ହରାଇବା ଭଳି ପରିସ୍ଥିତି ଉପୁଜୁଛି। ଯେଉଁଥି ଯୋଗୁ ୨୦ରୁ ୩୦ ବର୍ଷ ଆୟୁ ବର୍ଗର ଯୁବ ପୀଢି ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡିଛି। ଏହି ରୋଗର ପ୍ରଥମ ଲକ୍ଷଣ ହେଲା ମୋବାଇଲ ଫୋନ ହଜିବା। ଏଭଳି ଲକ୍ଷଣ ଦେଖା ଦେବାମାତ୍ରେ ଏଥିଲାଗି ସତର୍କ ହେବା ନିତ୍ୟାନ୍ତ ଜରୁରି।

ଫୋନ ଓ କମ୍ପ୍ୟୁଟରରେ ଆସୁଥିବା ନୋଟିଫିକେସନ ଭାଇବ୍ରେସନ ଓ ଅନ୍ୟପ୍ରକାର ଆଲର୍ଟ ସିଷ୍ଟମ ଦ୍ୱାରା ଆମ ମସ୍ତିଷ୍କକୁ ସତର୍କ କରିରଖୁଛି। ଏଥିରେ ସ୍ମାର୍ଟ ଫୋନ ବ୍ୟବହାରକାରୀମାନେ ବିଶେଷ ପ୍ରଭାବିତ ହେଉଛନ୍ତି। ଏଥିଯୋଗୁ ପରିବାରରେ ପ୍ରାୟତଃ କଳି ଝଗଡା ଭଳି ସମସ୍ୟା ଉପୁଜୁଥିବା ବେଳେ ପିଲାମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫୋନ ସହ ଜଡିତ ରହିବା ଯୋଗୁ ସକାଳେ ନିୟମିତ ସମୟରେ ନିଦରୁ ଉଠି ପାରୁନାହାନ୍ତି। ଏଣୁ ସେମାନଙ୍କ ଦିନ ଚର୍ଯ୍ୟା ପ୍ରଭାବିତ ହେଉଛି। ଳେ ସ୍କୁଲ କଲେଜ ଯାଇ ଆସି ନ ପାରିବା ଯୋଗୁ ପାଠପଢାବି  ପ୍ରଭାବିତ ହେଉଛି।

ଆସନ୍ତୁ ଜାଣିବା କଣ କରିବା ଓ ନ କରିବା ଉଚିତ
ଶୋଇବାର ଅଧଘଣ୍ଟା ପୂର୍ବରୁ କୌଣସି ପ୍ରକାର ଗେଜେଟ୍ ବ୍ୟବହାର ନ କରିବା। ପ୍ରତି ୨ ମାସରେ ଥରେ ସପ୍ତାହକ ଲାଗି ଫେସବୁକ୍, ଟ୍ୱିଟର ଓ ଅନ୍ୟ ସୋସାଲ ମିଡିଆରୁ ଦୂରେଇ ରହିବା। ସେହିପରି ଘରୁ ବାହାରେ ଥିବା ବେଳେ ହିଁ କେବଳ ମୋବାଇଲ ଫୋନ ଉପଯୋଗ କରିବା ଦିନକୁ ସର୍ବାଧିକ ୩ ଘଣ୍ଟା କମ୍ପ୍ୟୁଟରରେ ବିତାଇବା, ଦିନକୁ ସର୍ବାଧିକ ମୋବାଇଲ ଟକ୍ ଟାଇମ ଯେପରି ୨ ଘଣ୍ଟାରୁ ଅଧିକ ନ ହୁଏ ସେଥିପ୍ରତି ସତର୍କ ହେବା ଓ ଦିନକୁ ମୋବାଇଲ ବ୍ୟାଟେରିକୁ ଥରକରୁ ଅଧିକ ଚାର୍ଜ ନ କରିବା ଲାଗି ପ୍ରାଥମିକ ପର୍ଯ୍ୟାୟରେ ଉଦ୍ୟମ କରାଯାଇପାରେ।  

   Related Posts