Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

କଥା ହେବା ସମୟରେ ମହିଳାଙ୍କ ହାତରେ ବିସ୍ଫୋରଣ ହେଲା ମୋବାଇଲ୍ ; ମହିଳା ଗୁରୁତର

28/01/2019 at 2:23 PM

ମୁଙ୍ଗେର ୨୮|୧:  କଥା ହେବା ସମୟରେ ମହିଳାଙ୍କ ହାତରେ ମୋବାଇଲ ଫୋନ୍ ବିସ୍ଫାରଣ ହୋଇ ଫାଟିଯାଇଛି । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ମୋବାଇଲ ବିସ୍ଫୋରଣ ହେବା ଫଳରେ ମହିଳାଙ୍କ ହାତ ଏବଂ ଆଖି ପାଖରେ ଆଘାତ ଲାଗିଛି । ମହିଳାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଙ୍ଗେର ହବେଲି ଖଡଗପୁର ବହିରା ପଞ୍ଚାୟତର ଭଦୌରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ମହିଳା ହେଉଛନ୍ତି ଶୋଭା କୁମାରୀ । ଶୋଭାଙ୍କ ବାପା କହିଛନ୍ତି ସେ ତାଙ୍କ ସଂପର୍କୀୟଙ୍କ ସହ କଥା ହେଉଥିଲେ । କଥାବାର୍ତ୍ତା ସରିବା ସରିବା ହୋଇଥିଲା ସେ ଫୋନ୍ ରଖିବା ସମୟରେ ହିଁ ବିସ୍ଫୋରଣ ହୋଇଥିଲା ।  ମୋବାଇଲ ବିସ୍ଫୋରଣ ଫଳରେ ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ । ମୋବାଇଲର କିଛି ଅଂଶ ତାଙ୍କ ମୁହଁରେ ବାଜିବାରୁ ତାଙ୍କ ମୁହଁ ଆଘାତ ପାଇଥିଲା । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ମୋବାଇଲ ବିସ୍ଫୋରଣ ଖବର ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କୁ ଭିଡ ଜମିଥିଲା ।

   Related Posts