ମୋଟର ସାଇକେଲ ଚଳାଉଥିବା ବେଳେ ମୋବାଇଲ ଫୋନରେ ହେଲା ବିସ୍ଫୋରଣ, ଜାଣନ୍ତୁ ତା ପର ଘଟଣା

ବେଙ୍ଗାଲୁରୁ: ମୋବାଇଲ ଫୋନରେ କଥାହୋଇ ବାଇକ୍ ଚଳାଇଯାଉଥିବା ଜନୈକ ଯୁବକ ଫୋନରେ ବିସ୍ଫୋରଣ ହେବା ଯୋଗୁ ଗୁରୁତର ଆହତ ହୋଇଛନ୍ତି। କୃଷ୍ଣଗିରି-ବେଙ୍ଗାଲୁରୁ ଜାତୀୟ ରାଜପଥରେ ବେହୋସ ପଡିଥିବା ଯୁବକଙ୍କୁ କିଛି ଲୋକେ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା ଯୋଗୁ ତାଙ୍କ ଜୀବନ ରକ୍ଷା ହୋଇ ଯାଇଛି। ତେବେ ବିସ୍ଫୋରଣ ଯୋଗୁ ଯୁବକଙ୍କ ମୋବାଇଲ ଫୋନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ତାଙ୍କ ମୋଟର ସାଇକେଲଟି ମଧ୍ୟ ଭାଙ୍ଗିରୁଜି ଯାଇଛି।
ଆହତ ଯୁବକଙ୍କୁ ଅରମୁଗମ ଓ ତାଙ୍କ ବୟସ ୩୦ ବର୍ଷ ବୋଲି ଚିହ୍ନଟ କରାଯାଇଛି। ଅରମୁଗମ ରବିବାର ଜାତୀୟ ରାଜମାର୍ଗରେ ବାଇକ୍ ଚଳାଇ ଯିବା ସହ ମୋବାଇଳ ଫୋନରେ ମଧ୍ୟ କଥା ହେଉଥିଲେ। ତେବେ ଅଚାନକ ମଝି ରାସ୍ତାରେ ସେ ବାଇକ୍ ସହ ପଡିଯାଇଥିଲେ। ସେ ହେଲମେଟ୍ ରେ କାନପାଖରେ ଫୋନ ରଖି କଥା ହୋଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ଦୀର୍ଘ ଅଧଘଣ୍ଟା ଧରି ସେ କଥା ହୋଇ ଯାଉଥିବା ବେଳେ ଫୋନଟି ଅତ୍ୟାଧିକ ଗରମ ହୋଇ ବିସ୍ଫୋରଣ ହୋଇଥିଲା।
ସେ ବ୍ୟବହାର କରୁଥିବା ଫୋନଟି ଏକ ସ୍ମାର୍ଟ ଫୋନ ହୋଇଥିବା ବେଳେ ନିକଟରେ କିଣିଥିଲେ। ଫୋନର ୱାରେଣ୍ଟି ପିରିୟଡରେ ଏଭଳି ଘଟଣା ଘଟିଛି। ଏ ନେଇ ପୋଲିସରେ ଅରମୁଗମ ଏକ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲାର ତଦନ୍ତ କରୁଛି। ଅରମୁଗମ ତାମିଲନାଡୁ କୃଷ୍ଣଗିରିର ବାସିନ୍ଦା। ତେବେ କୌଣସି କାମରେ ବେଙ୍ଗାଲୁରୁ ଆସିବା ରାସ୍ତାରେ ଫୋନ ବିସ୍ଫୋରଣ ଯୋଗୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ୟାଇଛନ୍ତି।
481 Views