ଚୌଦ୍ବାର ଅଞ୍ଚଳରେ ମୋବାଇଲ ରାକେଟ୍ର ପର୍ଦ୍ଦାଫାଶ ; ୨ଯୁବକ ଗିରଫ
21/11/2018 at 4:18 PM

କଟକ ୨୧|୧୧: ଚୌଦ୍ବାର ପୋଲିସ ଦ୍ଵାରା ଏକ ମୋବାଇଲ ଚୋରି ରାକେଟ୍ ର ପର୍ଦ୍ଦାଫାଶ ହୋଇଛି। ରାକେଟ୍ ରେ ସଂପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହାସହ ୨୩ଟି ଦାମୀ ମୋବାଇଲ, ସେମାନେ ବ୍ୟବହାର କରୁଥିବା ୨ଟି ମଟର ସାଇକେଲ ଜବତ କରିଛି। ଗିରଫ ଦୁଇ ଜଣ ହେଲେ ଯାଜପୁର ଜିଲ୍ଲା ବୈରି ଥାନା ଏକଡାଳିଆ ଗାଁର ବବଲୁ ସାମନ୍ତରାୟ ଓ କୁନା ସାମନ୍ତରାୟ। ଗତ ୨ତାରିଖରେ ଜଣେ ଯୁବତୀଙ୍କଠାରୁ ଚୌଦ୍ବାର ନୁଁଟିକିରି ଗାଁ ନିକଟରୁ ମୋବାଇଲ ଲୁଟ୍ ହେବାର ଅଭିଯୋଗ ହୋଇଥିଲେ। ପୋଲିସ ଘଟଣାର ତଦନ୍ତ କରି ରାକେଟ୍ ର ଦୁଇ ଜଣଙ୍କୁ ଗିରଫ କରିବା ସହ ମୋବାଇଲ ଗୁଡିକୁ ଜବତ କରିଛି।