Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ତିନି ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ୫୧ ମୋବାଇଲ୍‌ ଜବତ

20/10/2021 at 1:37 PM

ଭୁବନେଶ୍ୱର ୨୦।୧୦: ମୋବାଇଲ ଲୁଟେରାଙ୍କୁ କାବୁ ଗଲା ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ କରାଯାଇଛି । ଗିରଫ ଲୁଟେରାମାନେ ଭାଟପୁରର ସାଗର ପୁନ୍‌, ଆଇଗିଣିଆର ଦୀପ୍ତି ରଞ୍ଜନ ଓ ସୋମନାଥ ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଏହି ଲୁଟେରା ମାନେ ଆତଙ୍କ ଖେଳାଇଥିଲେ ।ଖାସ୍ କରି ଲୁଟେରାମାନେ ଖୋର୍ଦ୍ଧାର ପିତାପଲିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଉଥିବା ଆଳୁ ଗାଡ଼ିକୁ ଟାର୍ଗେଟ କରୁଥିଲେ । ଏପରିକି ଆଇଗିଣିଆ ଆସୁଥିବା ଟ୍ରକକୁ ମଧ୍ୟ ଟାର୍ଗେଟ କରୁଥିଲେ । ରାସ୍ତାରେ ଯିଏ ଏମାନଙ୍କ ହାବୁଡ଼ରେ ପଡିଲା । ସେମାନଙ୍କ ଠାରୁ ମୋବାଇଲ୍‌ ଲୁଟ୍‌ କରୁଥିଲେ । ଏହାପରେ ସବୁ ଲୁଟ୍‌ ମୋବାଇଲ୍‌କୁ ଅତି କମ୍‌ ଦାମରେ ଅନ୍ୟ କାହାକୁ ବିକ୍ରି କରୁଥିଲେ । ଏହାର ଖବର ପାଇବା ପରେ କମିଶନରେଟ ପୋଲିସ ସଜାଗ ହୋଇଥିଲା । ଏହାକ୍ରମରେ ଆଜି ୩ ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।ସେମାନଙ୍କ ଠାରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ ହୋଇଛି ।

   Related Posts