Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମୋବାଇଲ ଚୋରି ବେଳେ ଧରା ପଡିଗଲା ଲୁଟେରା, ଖୁଣ୍ଟରେ ବାନ୍ଧି ପୋଲିସରେ ଜିମା ଦେଲେ ଲୋକେ

18/10/2020 at 1:12 PM

ଢେଙ୍କାନାଳ, ୧୮।୧୦:  ଢେଙ୍କାନାଳ ଜିଲ୍ଲା ଭୁବନ ପରିବା ମାର୍କେଟରେ ମୋବାଇଲ ଚୋରି କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକ କାବୁ କରିଛନ୍ତି । ଏହାସହ ସଂପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଦେଇଥିଲେ ସ୍ଥାନୀୟ ଲୋକେ । ଏନେଇ ଖବର ପାଇବା ପରେ ଭୁବନ ପୋଲିସ ପହଂଚି ତାକୁ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି  ।

ଚତୁରତାର ସହ ମୋବାଇଲ ଲୁଟ୍ କରି ଖସି ଯାଉଥିଲେ । ପୁଲିସ ବି ଟେର ପାଉନଥିଲା । ଏପରିସ୍ଥଳେ ଢେଙ୍କାନାଳ ଜିଲ୍ଲା ଭୁବନ ଦୈନିକ ମାର୍କେଟରେ ବ୍ୟବସାୟୀମାନଙ୍କ ଚିନ୍ତା ବଢିଯାଇଥିଲା । ଏପରିସ୍ଥଳେ କିଛି ବ୍ୟବସାୟୀ ଖୁବ ସତର୍ଜ ରହି ବୋବାଇଲ ଚୋର ଧରିବା ପାଇଁ କରିଥିବା ଯୋଜନାରେ ସଫଳ ହୋଇଛନ୍ତି । ଏପରିକି ଏହି ମୋବାଇଲ ଲୁଟେରା ଲୁଟ୍ କରିବା ବେଳେ ତାକୁ କାବୁ କରିନେଇଥିଲେ।  ତାକୁ ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।

ଭୁବନ ପୋଲିସ ପହଂଚି ଏହି ମୋବାଇଲ ଲୁଟେରାଙ୍କୁ ଉଦ୍ଧାର କରି ଗିରଫ କରିଛି । ତେବେ ଗିରଫ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ଡୁବୁରୀ ଥାନା ଅନ୍ତର୍ଗତ  ସାରଙ୍ଗପୁର ଗ୍ରାମର ତୋଫାନି ପ୍ରଧାନ ବୋଲି ଜଣାପଡିଛି । ସେ ଚଂଚକତାର ସହ ନାମୀ ଦାମୀ ମୋବାଇଲ ଲୁଟ୍ କରି ବାହାରେ ବିକ୍ରି କରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ତା ସହ ଅନ୍ୟ କିଏ ଏହି ରାକେଟରେ ଅଛି ପୁଲିସ ସେ ସମ୍ପର୍କରେ ତଦନ୍ତ ଚଳାଇଛି।

   Related Posts