ମାଲିକ ସାମ୍ନାରେ ୫ଟି ମୋବାଇଲ ଚୋରି କରିନେଲା ଚୋର, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | November 15, 2021 IST

ପଦ୍ମପୁର, ୧୪/୧: ବରଗଡ଼ ଜିଲ୍ଲା ପଦ୍ମପୁର ନେହେରୁଗଲି ଛକରେ ଥିବା ମୋବାଇଲ ଦୋକାନରେ ମାଲିକ ସାମ୍ନାରେ ୫ଟି ମୋବାଇଲ ଚୋରି କରିନେଲା ଚୋର । ଗୋଟିଏ ପରେ ଗୋଟିଏ ୫ଟି ମୋବାଇଲ ଦେଖାଉଥିଲା ମାଲିକ, ଚୋର ବାହାନା କରି ଆହୁରି ମୋବାଇଲ ଦେଖାଇବାକୁ କହୁଥାଏ ଏବଂ ଟିକିଏ ସୁଯୋଗ ପାଇଲେ କିପରି ଖସିଯିବ ସେହି ଚିନ୍ତା କରୁଥାଏ । ମୋବାଇଲ ଦୋକାନ ମାଲିକ ଆହୁରି ଗୋଟିଏ ମୋବାଇଲ ଦେଖାଇବାକୁ ପଛକଲା ସମୟରେ ଚୋର ଫେରାର ।

wp:html https://youtu.be/W-tENfk6t8I /wp:html

ଏହି ଘଟଣା ୧୩ ତାରିଖ ସନ୍ଧ୍ୟା ୫.୩୦ ସମୟରେ ଘଟିଛି । ମାଲିକ କିଛି ବୁଝିବା ଆଗରୁ ଚୋର ଫେରାର ହୋଇ ଯାଇଛି । ଘଟଣାଟି ଉକ୍ତ ଦୋକାନରେ ଥିବା ସିସିଟିଭି କ୍ୟାମେରା କଏଦ ହୋଇଛି । ଏହି ଘଟଣାରୁ ବ୍ୟାବସାୟୀମାନେ ଓ ଜନସାଧାରଣ ଚିନ୍ତିତ ହୋଇ ପଡିଛନ୍ତି । ଯଦି ଏପରି ଭାବରେ ଚୋରି ହେବ ଏବଂ ପୋଲିସ ନିରବ ବସିବ ତେବେ ଲୋକେ କରିବେ କଣ । ଏବେ ପଦ୍ମପୁର ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଛି । ପୋଲିସ ଉପରେ ଚୋର ମାନଙ୍କର ଭୟ ଟିକିଏ ମଧ୍ୟ ନାହିଁ । ପଦ୍ମପୁର ଅଞ୍ଚଳରେ ଏହି cctv ଭିଜୁଆଲ ଏବେ  ଭାଇରଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.