Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ମୋବାଇଲ ଜରିଆରେ ବି ହୋଇପାରେ କରୋନା ସଂକ୍ରମଣ ,ସାନିଟାଇଜେସନ ଉପରେ ଗୁରୁତ୍ଵ

17/03/2020 at 7:19 PM

ଭୁବନେଶ୍ବର ୧୭.୦୩- ମୋବାଇଲ ଫୋନ୍‌ ବି କରୋନା ସଂକ୍ରମଣର ଏକ ମାଧ୍ୟମ ହୋଇପାରେ ।କାରଣ ବହୁଳ ବ୍ୟବହାର କାରଣରୁ ଅତ୍ୟାବସ୍ୟକ ସାମଗ୍ରୀ ପାଲଟିଥିବା ମୋବାଇଲ ସହ ହାତ ଏବଂ ମୁହଁ ସଂପର୍କ ନୀବିଡ । ରାଜ୍ୟ ସରକାରଙ୍କ କରୋନା କମିଟି ମୁଖପାତ୍ର ସୁବ୍ରତୋ ବାଗଚି ରଖିଛନ୍ତି ଏପରି କିଛି ତଥ୍ୟ ।ସାଧାରଣତଃ ଜଣେ ଲୋକ ଦିନକୁ ୨୬ଶହ ଥର ମୋବାଇଲ ଛୁଉଁଥିବା ବେଳେ ୭୬ ଥର  ତାହାର ବ୍ୟବହାର କରିଥାନ୍ତି। ତେଣୁ ମୋବାଇଲ ସାନିଟାଇଜ କରିବା ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି ବାଗଚି । ମୋବାଇଲ ବ୍ୟବହାର ନେଇ ବ୍ୟବହାରକାରୀ ସଚେତନ ହେବା ଆବଶ୍ୟକ। ତାହାକୁ କାହା ଟେବୁଲରେ ଛାଡନ୍ତୁ ନାହିଁ, କିମ୍ବା ବହୁ ଲୋକଙ୍କ ସମାଗମ ବା ଆତଜାତ ସ୍ଥାନରେ ରଖନ୍ତୁ ନାହିଁ  । ମୋବାଇଲମାଧ୍ୟମରେ ସଂକ୍ରମଣକୁ ରୋକିବା ଲାଗି ନିୟମିତ ଭାବରେ ତାହାର ସାନିଟାଇଜେସନ ଆବଶ୍ୟକ । ସେପରି ପରାମର୍ଶ ଦେଇଛନ୍ତି ସୁବ୍ରତୋ ବାଗଚି ।

 ସେହିପରି ଭାବରେ ମୋବାଇଲ ଭଳି ଅନ୍ୟ କିଛି ଉପକରଣ ତଥା ବହୁଳ ବ୍ୟବହାର ହେଉଥିବା ସାମଗ୍ରୀ ମଧ୍ୟ କରୋନା ଭାଇରସର ବାହକ ହେବା ସହଜ ।ବାୟୋମେଟ୍ରିକ ବ୍ୟବସ୍ଥା ଉପରେ ରୋକ୍‌ ଲାଗି ଥିବା ବେଳେ ଅଧିକ ଲୋକ ବ୍ୟବହାର କରୁଥିବା କିଛି ନିର୍ଦ୍ଦିଷ୍ଟ କମ୍ପ୍ୟୁଟରର ମାଉସ ବା ଏଟିଏମ୍ ମେସିନ ଜରିଆରେ ମଧ୍ୟ ସଂକ୍ରମଣ ଆଶଙ୍କା ରହିଛି । ସେଥିଲାଗି ଏଟିଏମ୍‌ ମେସିନ୍କୁ ପରିସ୍କାର ପରିଚ୍ଛନ ରଖାଯିବା ଉପରେ ଗୁରୁତ୍ବ ସହ ଏଥିଲାଗି ବିଏମ୍‌ସି ପଗକ୍ଷେପ ମଧ୍ୟ ନେଇଛି । ଏଟିଏମରେ ସାନିଟାଇଜର ରଖାଯିବ ବୋଲି ବିଏମସି କହିଛି।

   Related Posts