ଜମ୍ମୁର ୫ ଜିଲ୍ଲାରେ ପୁଣି ବାଧିତ ହେଲା ଇଣ୍ଟରନେଟ୍ ସେବା, ସୁରକ୍ଷା ସ୍ଥିତି ସମୀକ୍ଷା କରୁଛନ୍ତି ଏଜେନ୍ସୀ

Published By : Prameya-News7 Bureau | August 18, 2019 IST

ଜମ୍ମୁ : ଜମ୍ମୁର ୫ଟି ଜିଲ୍ଲାରେ ରବିବାର ସକାଳୁ ମୋବାଇଲ ଇଣ୍ଟରନେଟ୍ ସେବାକୁ ପୁଣି ବନ୍ଦ କରିଦିଆଯାଇଛି। ଗତ ଅଗଷ୍ଟ ୪ ତାରିଖ ରୁ ଏଠାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ଥିଲା। ତେବେ ଶୁକ୍ରବାର ସେବା ପୁଣି ଚାଲୁ ହୋଇଥିବା ବେଳେ ବନ୍ଦ କରିଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କିଛି ସମସ୍ୟା ଲାଗି ମୋବାଇଲ ଇଣ୍ଟରନେଟ ସେବା ବ୍ୟହତ ହୋଇଛି।  ସୁରକ୍ଷା ସମୀକ୍ଷା ପରେ ତାହା ପୁଣି ସ୍ୱଭାବିକ ହୋଇଯିବ ବୋଲି କହିଛନ୍ତି ଅଧିକାରୀ ।

{"id":145842}

ପ୍ରଶାସନ ଜମ୍ମୁ-କାଶ୍ମୀର ଓ ସୋସାଲ ମିଡିଆରେ ଉପରେ ଏବେ ତନ୍ନତନ୍ନ ନଜର ରଖୁଛନ୍ତି। ଏଥିରେ ଯଦି କେହି ସ୍ଥିତିରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବେ କି ଶାନ୍ତି,ସୌହାର୍ଦ୍ଦ୍ୟ ଭଙ୍ଗ କରିବାକୁ ଅବାଞ୍ଛିତ ସାମଗ୍ରୀ ପ୍ରସାରଣ କରନ୍ତି ତେବେ ତାଙ୍କ ବିରୋଧରେ ସମ୍ବଦ୍ଧିତ ଧାରାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧିକାରୀ ସତର୍କ କରାଇଦେଇଛନ୍ତି । ତେବେ ରାଜୌରୀ ଜିଲ୍ଲାରେ ଲାଗୁଥିବା ସିଆରପିସିର ୧୪୪ ଧାରାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛି। ହେଲେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ବୋଲି ଜଣାପଡିଛି। ସୋମବାର ସୁଦ୍ଧା କିଛି ଅଞ୍ଚଳକୁ ଛାଡି ଦେଲେ ଜମ୍ମୁ-କାଶ୍ମୀରର ପ୍ରାୟ ଅଞ୍ଚଳରୁ ଧାରା ୧୪୪ ଉଠିଯିବ ବୋଲି କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଜି.କୃଷ୍ଣା ରେଡ୍ଡୀ ଶନିବାର ସୂଚନା ଦେଇଥିଲେ।

{"id":145843}

ତେବେ ପାକିସ୍ତାନ ଲୋକଙ୍କୁ ଉସକେଇବା ଲାଗି ଅହରହ ଉଦ୍ୟମ କରୁଥିବା କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ କହିଥିଲେ। ହେଲେ ଏଥିପ୍ରତି ସରକାର କଡା ନଜର ରଖିଥିବା ବେଳେ ପାକିସ୍ତାନକୁ ଉଦ୍ଦେଶ୍ୟ ପୁରଣ କରିବାର ସୁଯୋଗ ମିଳିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।  ନେତାମାନଙ୍କ ଅଟକ ନେଇ ଗଣମାଧ୍ୟମର ପ୍ରଶ୍ନର ଜବାବରେ ରେଡ୍ଡୀ କହିଥିଲେ ଯେ କାଶ୍ମୀରରେ ନେତା ଗୃହବନ୍ଦୀ ହେବା କିଛି ନୂଆ କଥା ନୁହେଁ। ସେମାନଙ୍କ ସୁରକ୍ଷା ଲାଗି ସରକାର ପୂର୍ବରୁ ଅନେକ ଥର ଏହି ପଦକ୍ଷେପ ନେଇଛନ୍ତି। ଏଥର ବି ସେହିଭଳି ସେମାନଙ୍କୁ ସୁରକ୍ଷାଗତ କାରଣ ଲାଗି ଅଟକ ରଖାଯାଇଛି ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.