ଇଣ୍ଟରନେଟ ସ୍ଲୋ ଓ ନେଟଓ୍ବାର୍କ ସମସ୍ୟା ହେଉଛି କି? ଏମିତି କରନ୍ତୁ ମିଳିବ ଫାଇଦା

Published By : Prameya-News7 Bureau | August 16, 2019 IST

ନୂଆଦିଲ୍ଲୀ୧୬|୮: ବର୍ତ୍ତମାନ ମୋବାଇଲ ଇଣ୍ଟରନେଟ୍ ଶସ୍ତା ହୋଇଗଲାଣି ।ପ୍ରତ୍ୟେକ ଦିନ ୨ଜିବି ଡାଟାପ୍ଲାନ ବ୍ୟବହାର କରିବା ସାଧାରଣ ହୋଇଗଲାଣି।ରିଲାନ୍ସ ଜିଓ, ଭୋଡ଼ାଫୋନ, ଆଇଡିଆ ଓ ଏୟାର୍‌ଟେଲ, ବିଏସଏନଏଲ ଭଳି ସିମ୍ କମ୍ପାନୀ ଏହିଭଳି ଡାଟାପ୍ଲାନ ସୁବିଧା ଯୋଗାଇ ଦେଉଛି। ପ୍ରାୟ ସମୟରେ ଆପଣ  ରିଚାର୍ଜ କରିଥିବା ଡାଟାକୁ ମୋବାଇଲରେ ବ୍ୟବହାର କରିପାରନ୍ତି ନାହିଁ। ନେଟଓ୍ବାର୍କ କାରଣରୁ ଡାଟା ବ୍ୟବହାର କରିବା ସମ୍ଭବ ହୋଇନଥାଏ। ପ୍ରାୟ ସମୟରେ ମୋବାଇଲରେ ନେଟଓ୍ବାର୍କ ଥିବା ସତ୍ତ୍ବେ ଇଣ୍ଟରନେଟ ସ୍ଲୋ ହୋଇଥାଏ। ଯଦି ଇଣ୍ଟରନେଟ୍ ସ୍ଲୋ ହେଉଛି ତେବେ ତାହାର ବିକଳ୍ପ ମଧ୍ୟ ରହିଛି।

{"id":144824}

ସିଗ୍‌ନାଲ୍‌ କମ୍ ଆସୁଥିବାରୁ ମଧ୍ୟ ନେଟ୍ ସ୍ଲୋ ହୋଇଥାଏ। ପ୍ରଥମେ ଗ୍ରାହକସେବା ଅଧିକାରୀଙ୍କ ପାଖରେ ଅଭିଯୋଗ କରନ୍ତୁ। ଏହାପ​‌ରେ ସ୍ମାର୍ଟଫୋନର ସେଟିଂରେ ଥିବା କିଛି ଆବଶ୍ୟକୀୟ ଅପ୍ସନକୁ ପରିବର୍ତ୍ତନ କରନ୍ତୁ।

{"id":144825}

ସ୍ପିଡ୍‌ଟେଷ୍ଟ ଓ୍ବେବସାଇଟ୍‌ ବା ଆପ୍‌କୁ ବ୍ୟବହାର କରି ନେଟର ସ୍ପିଡ୍‌ ଜାଣିପାରିବେ। ଯଦି ସ୍ପିଡ୍ ଆପ୍‌ରେ ନେଟ୍‌ର ଭଲ ସ୍ପିଡ୍‌ ଦେଖାଉଛି। ତେବେ ମୋବାଇଲରେ ଇଣ୍ଟରନେଟ ବ୍ରାଉଜିଂରେ ଅସୁବିଧା ରହିଛି। ତେଣୁ ବ୍ରାଉଜିଂ ସାଇଟ୍‌ର ସର୍ଭର ସେଟିଂରେ ଅସୁବିଧା ରହିଛି।

{"id":144826}

ସର୍ବପ୍ରଥମେ ନେଟଓ୍ବାର୍କକୁ ପରିବର୍ତ୍ତନ କରନ୍ତୁ।ମୋବାଇଲର ସେଟିଂରେ ନେଟ୍ଓ୍ବାର୍କ ସିଲେକ୍ସନକୁ ମାନୁଆଲ କରନ୍ତୁ ।ଏହାପରେ  ନେଟଓ୍ବାର୍କ ଅପରେଟରକୁ ସିଲେକ୍ଟ କରନ୍ତୁ। ଏହାପରେ ନେଟ ଅଫ୍ କରି ଅନ୍‌ କରନ୍ତୁ। ପ୍ରାୟ ସମୟରେ ନେଟ୍ଓ୍ବାର୍କ ରିସେଟିଂ କରିବା ଦ୍ବାରା  ଇଣ୍ଟରନେଟ ସ୍ପିଡ୍‌ ବଢ଼ିଥାଏ।

{"id":144827}

ସେହିପରି ଅନ୍ୟ ଏକ ଅପ୍ସନ ଦ୍ବାରା ନେଟଓ୍ବାର୍କର ସ୍ପିଡ୍ ବଢ଼ାଇ ପାରିବେ। ମୋବାଇଲର ସେଟିଂକୁ ଓପେନ କରି ନେଟଓ୍ବାର୍କ ମୋଡ୍‌କୁ ୪ଜିରେ ପରିବର୍ତ୍ତନ କରନ୍ତୁ। ବିଭିନ୍ନ ସ୍ଥାନରେ ୪ଜି କାମ କରିନଥାଏ। ତେଣୁ ୪ଜି ବଦଳରେ ୩ଜିକୁ ପରିବର୍ତ୍ତନ କରନ୍ତୁ।

{"id":144828}

ମୋବାଇଲରେ ନେଟ୍ଓ୍ବାର୍କ ଥିବା ସତ୍ତ୍ବେ ଇଣ୍ଟରନେଟ ଯଦି ଚାଲୁ ନାହିଁ। ତେବେ ଆପଣଙ୍କ ସ୍ମାର୍ଟଫୋନକୁ ରିଷ୍ଟାର୍ଟ କରନ୍ତୁ।ଏହା ଦ୍ବାରା  ଇଣ୍ଟରନେଟ ସସମ୍ୟା ଦୂର ହୋଇଯାଇଥାଏ।

{"id":144829}

ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ ଏକ୍ସେସ ମିଳୁନାହିଁ। ତେବେ ସେଟିଂରେ ଡିସାବଲ କରି ପୁଣି ଏନ୍‌ଏବଲ କରନ୍ତୁ।ପୁଣି ଇଣ୍ଟରନେଟକୁ ବ୍ଲାଙ୍କକରି ପୁଣି ଇଣ୍ଟରନେଟ୍‌ ସେଟିଂ ପାଇଁ ଅନୁମତି ମାଗନ୍ତୁ।

{"id":144830}

ଯଦି ରିଷ୍ଟାର୍ଟ କରିବା ପରେ ବି ମୋବାଇଲରେ ଇଣ୍ଟରନେଟ ସ୍ଲୋ ହେଉଛି। ତେବେ ଆପଣଙ୍କ ସ୍ମାର୍ଟ ଫୋନରୁ ସିମ୍‌ ବାହାର କରି ପୁଣିଥରେ ରିସେଟ୍‌ କରନ୍ତୁ।ଏହା ବ୍ୟତୀତ ଆଇଫୋନ୍‌ର ସେଟିଂରେ ନେଟ୍ଓ୍ବାର୍କ ରିସେଟ୍‌ ଅପ୍ସନକୁ ବ୍ୟବହାର କରିପାରିବେ। ଏହା ଦ୍ବାରା ନେଟ୍ଓ୍ବାର୍କ ରିଫ୍ରେଶ ହୋଇଯାଇଥାଏ। ଇଣ୍ଟରନେଟ ଠିକ୍‌ ଭାବେ କାମ କରିବା ଆରମ୍ଭ କରି ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.