କଏଦୀର ପେଟରୁ ମିଳିଲା ମୋବାଇଲ ଫୋନ, ଅପରେସନ କରି ବାହାର କରାଗଲା,ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 30, 2019 IST

ନୂଆଦିଲ୍ଲୀ୩୦|୮: ତିହାର ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜେଲରେ ଥିବା ଜଣେ କଏଦୀର ପେଟକୁ ଅପରେସନ କରି ମୋବାଇଲ ଫୋନ ବାହାର କରାଯାଇଛି। ଏବେ କଏଦୀକୁ ଦିନଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଏକ ବର୍ଷ ତଳେ ଚୋରି ଓ ଲୁଟଭଳି ଘଟଣାରେ ସୁନ୍ଦର ରାଜାରାମକୁ ପୋଲିସ ଗିରଫ କରି ତିହାର ଜେଲରେ ଭର୍ତ୍ତି କରିଥିଲା। ସୁନ୍ଦରଙ୍କ ପେଟରେ ମୋବାଇଲ ଫୋନ ଥିବା କଥା ଜଣାପଡିବା ପରେ ଜେଲ କର୍ତ୍ତୁପକ୍ଷ ସସସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ତାଙ୍କ ପେଟରେ ମାଇକ୍ରୋ ସିମ୍‌ ଓ ଚାର୍ଜର ଥିବା କଥା ମଧ୍ୟ ଜଣାପଡିଛି।

ଜେଲ କର୍ତ୍ତୁପକ୍ଷଙ୍କ କହିବା ମୁତାବକ, ପେଟ ଭିତରେ ମୋବାଇଲ ନେଇ ଜେଲ ଭିତରେ ସେ ବ୍ୟବହାର କରୁଥିଲା। ପେଟ ମାଧ୍ୟମରେ ମୋବାଇଲ ଫୋନ ଜେଲ ଭିତରୁ ଚାଲାଣ କରାଯାଉଥିଲ। କଏଦୀମାନଙ୍କୁ ଜେଲ ଭିତରେ ମୋବାଇଲ ଫୋନ ଭଡାରେ ଦିଆଯାଉଥିଲା। କିଏ କିଏ ପରିବାର ସହ କର୍ତ୍ତାବାର୍ତ୍ତା ହେଉଥିବା ବେଳେ ଆଉ କେହି କେହି କ୍ରାଇମ ପାଇଁ ଜେଲ ଭିତରେ ମୋବାଇଲ ଫୋନ ବ୍ୟବହାର କରୁଥିଲେ। ପେଟ ମାଧ୍ୟମରେ ମୋବାଇଲ ଫୋନ ସୁନ୍ଦର ରାଜାରାମ ଜେଲ ଭିତରକୁ ଚାଲାଣ କରୁଥିଲା। ସୂଚନା ମିଳିବା ପରେ କଏଦୀ ପେଟ ଭିତରୁ ମୋବାଇଲ ଫୋନ ପୋଲିସ ଜବତ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.