ସାବଧାନ: ରେଳ ଷ୍ଟେସନ ସହ ସାଧାରଣ ସ୍ଥାନରେ ଏପରି ହେଉଛି ମୋବାଇଲ୍‌ ଡାଟା ହାକ୍‌ – ଆକାଉଣ୍ଟରୁ ଟଙ୍କା ଯିବା ସହ ଫେସ୍‌ବୁକ୍‌ରେ ହୋଇପାରେ ଆପତ୍ତିଜନକ ପୋଷ୍ଟ

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୫।୧୨ - ଆପଣ ରେଲଓ୍ବେ ଷ୍ଟେସନ, ଏୟାରପୋର୍ଟ, ବସଷ୍ଟାଣ୍ଡ ଏବଂ ବିଭିନ୍ନ ପବ୍ଲିକ ପ୍ଲେସରେ ମଲଟିଚାର୍ଜିଂ ପୋର୍ଟରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କି ? ଯଦି କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍‌

ଆପଣଙ୍କ ମୋବାଇଲରୁ ପର୍ସନାଲ ଡେଟା ଚୋରି ହୋଇଯାଇପାରେ

ଗଲା ନଭେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀର ଜଣେ ବ୍ୟକ୍ତି ଅମିତ୍‌ କୁମାର ଏଭଳି କିଛି ସ୍ଥାନରେ ମଲଟିଚାର୍ଜିଂ ପୋର୍ଟରେ ମୋବାଇଲ୍‌ ଚାର୍ଜ କରି ଫସିଯାଇଥିଲେ  ।

ଅମିତ୍‌ଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଗାଏବ୍‌ ହୋଇଯାଇଥିବା ସେ ଦିଲ୍ଲୀର ଏକ ଥାନାରେ ଅଭିଯୋଗ କରିଛନ୍ତି ।

{"id":198123,"width":579,"height":579,"sizeSlug":"large"}

ଜଣେ ଛାତ୍ରୀ ସୁସ୍ମିତା ପୁରୋହିତ୍‌ ଏଭଳି କିଛି ପରିସ୍ଥିତିର ସାମ୍ନା କରିଛନ୍ତି । ମୋବାଇଲ୍‌ ଚାର୍ଜ କରିବା ସମୟରେ ଏବଂ ପରେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଅନେକ ଆପତ୍ତିଜନକ ପୋଷ୍ଟ ଅଟୋମେଟିକ୍‌ ଆସିଯାଇଥିଲା ।

ଦୁଇଟି ଯାକ ଘଟଣାରେ ଦିଲ୍ଲୀ ପୋଲିସ ଅନୁସଂଧାନ କରିବା ପରେ ଏମାନଙ୍କ ଫୋନ୍‌ ହ୍ୟାକ୍‌ ହୋଇଥିବାର ଜାଣିବାକୁ ପାଇଥିଲା ।

{"id":198125,"sizeSlug":"large"}

ଆପଣ ଆପଣଙ୍କ ମୋବାଇଲ ଏଭଳି ପବ୍ଲିକ ପ୍ଲେସରେ ଚାର୍ଜ କରିବା ବେଳେ ଫୋନ୍‌ରେ ଏକ ମାଲ୍‌ଓ୍ବେର୍‌ ଅଟୋମେଟିକ୍‌ ରହିଯାଉଛି, ଯାହା ଆପଣଙ୍କ ବ୍ୟକ୍ତିଗତ ଡାଟାକୁ ଯଥା, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, ଆଇଡି ପାସ୍‌ଓ୍ବାର୍ଡ଼, ୟୁପିଆଇ ପାସ୍‌ଓ୍ବାର୍ଡ଼, ବିଭିନ୍ନ ବ୍ୟକ୍ତିଗତ ତଥ୍ୟ, ଫଟୋ, ଇମେଲ୍‌, ସୋସିଆଲ୍‌ ମିଡିଆ ଆକ୍ସେସ୍‌ ହ୍ୟାକର ପାଖକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ତେଣୁ ମୋବାଇଲ୍‌ ୟୁଜର୍ସ ସାବଧାନ ହୋଇଯାଆନ୍ତୁ । ସଦାବେଳେ ପର୍ସନାଲ  ଚାର୍ଜରରେ ମୋବାଇଲ୍‌ ଚାର୍ଜ କରନ୍ତୁ । ଅନ୍ୟର ଚାର୍ଜର କିମ୍ବା ପବ୍ଲିକ ପ୍ଲେସ୍‌ରେ ଲାଗିଥିବା ଚାର୍ଜିଙ୍ଗ୍‌ ପଏଣ୍ଟରେ ମୋବାଇଲ୍‌ ଚାର୍ଜ କରନ୍ତୁ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.