ଚର୍ଚ୍ଚାରେ ୧୪ ବର୍ଷର ବାଳକ ଅସ୍ତିତ୍ବ: ମୋବାଇଲ ଧରିଲା ମାତ୍ରେ ଉଡିଯାଉଛି ଡାଟା

Published By : Prameya-News7 Bureau | September 15, 2021 IST

ପଲଵଲ ୧୫/୦୯ : ଯଦି ଜଣକୁ ହାତକୁ ମୋବାଇଲ ଗଲେ ମୋବାଇଲର ସବୁ ଡାଟା ଉଡ଼ିଯାଏ ତାହେଲେ ଆଶ୍ଚର୍ଯ୍ୟ ହେବା ସୁନିଶ୍ଚିତ। ନବମ ଶ୍ରେଣୀରେ ପଡୁଥିବା ଜଣେ ୧୪ ବର୍ଷର ବାଳକ ସହ ଏମିତି ଘଟଣା ଘଟିଛି। ବାଳକ ମୋବାଇଲ ଧରିଲା ମାତ୍ରେ ସବୁ ଡାଟା ଉଡ଼ିଯାଏ। ଅସ୍ତିତ୍ବ ନାମକ ଏହି ବାଳକ ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲା ଜଟ୍ଟାରୀ ଗାଁରେ ରୁହେ। ଛାତ୍ରକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା। ଅସ୍ତିତ୍ବଙ୍କ ପିତା ଗୌରବ ଅଗ୍ରୱାଲ କହିଛନ୍ତି ମେ' ମାସରୁ ତାଙ୍କ ଘରେ ଅଚାନକ ମୋବାଇଲ ଫୋନରୁ ଡାଟା ମନକୁ ଉଡିବାକୁ ଲାଗିଲା।

ସେ ନିଜ ଫୋନ ନେଇ ସର୍ଭିସ ସେଣ୍ଟରରେ ଦେଖାଇଲେ। ଫୋନରୁ ଡାଟା ଉଡିବାର କାରଣ ପତା କରିବାକୁ କହିଲେ। କିନ୍ତୁ ସର୍ଭିସ ସେଣ୍ଟର କାରଣ କହିପାରିନଥିଲା। ଗୌରବ ଅଗ୍ରୱାଲ କହିଛନ୍ତି ଯେ ଅସ୍ତିତ୍ବ ଯାହା ଫୋନ ଧରିଲେ ସେହି ଫୋନର ଡାଟା ଉଡ଼ିଯାଏ। ଏସବୁ ଦେଖି ସେ ଚିନ୍ତିତ ହୋଇଗଲେ। ଗୌରବ କହିଛନ୍ତି, ତାଙ୍କ ପତ୍ନୀ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ମା' ଘରକୁ ଯାଇଥିଲେ। ସେତେବେଳେ ତାଙ୍କ ଫୋନର ଉଡିନଥିଲା। କିନ୍ତୁ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମସ୍ତଙ୍କ ମୋବାଇଲର ଡାଟା ଉଡ଼ିଗଲା। ସେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କ ପୁଅ ଶରୀରର ସମ୍ପର୍କରେ ଆସି ମୋବାଇଲ ଡାଟା ଆପେ ଆପେ ଉଡି ଯାଉଛି।

ଏହା ଜାଣିବା ପରେ ଘରେ ମୋବାଇଲ ରଖିବା ମୁସକିଲ ହୋଇଗଲା। ନିଜ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଗଲେ। ଗୌରବ କହିଛନ୍ତି ଯେ ଏଥିପାଇଁ ଅସ୍ତିତ୍ବଙ୍କ ଘରୁ ବାହାରିବା ମୁସକିଲ ହୋଇଯିବ। ଲୋକେ ତାଙ୍କ ପାଖରେ ବସିବାକୁ ବି ରାଜି ହେବେନି।

ଅସ୍ତିତ୍ବଙ୍କ କହିବାନୁଯାୟୀ, ସେ ନିଜ ଶରୀରରେ କୌଣସି ପରିବର୍ତ୍ତନ ଅନୁଭବ କରିନାହାନ୍ତି। ତେବେ ମୋବାଇଲ ଡାଟା ଗାୟବ ହେବା କାରଣ ଯୋଗୁଁ ସେ ନିଜେ ବି ଚିନ୍ତିତ। କାରଣ କରୋନା କାଳରେ ସେ ଠିକ ଭାବେ ପାଠ ମଧ୍ୟ ପଢି ପାରୁନାହାନ୍ତି। ତାଙ୍କର ଅନଲାଇନ କ୍ଲାସ ହେଉଛି ଏବଂ ମୋବାଇଲ ସମ୍ପର୍କରେ ଆସିଲେ ରିସେଟ ଯୋଗୁଁ ସେ ଅନଲାଇନ କ୍ଲାସ ବି କରି ପାରୁନାହାନ୍ତି। ଘରଲୋକ ଡାକ୍ତରଙ୍କୁ ମଧ୍ୟ ଦେଖାଇଲେ କିନ୍ତୁ ଡାକ୍ତର ମଧ୍ୟ ଏ ସମ୍ପର୍କରେ କିଛି କହିପାରିଲେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.