Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||

ମୋବାଇଲରେ ଗେମ୍‌ ଖେଳୁଥିବା ସମୟରେ ହେଲା ବିସ୍ଫୋରଣ : ୮ବର୍ଷ ଶିଶୁର ଛିଣ୍ଡିଗଲା ହାତ ଆଙ୍ଗୁଠି

14/02/2019 at 2:44 PM

ନାନ୍ଦେର ୧୪/୨ : ମୋବାଇଲରେ କଥା ହେଲେବେଳେ ମୋବାଇଲ ବିସ୍ଫୋରଣ ହୋଇଯିବ ଘଟଣା ପୁରୁଣା ନୁହେଁ | ଏମିତି ଅନେକଥର ହୋଇଛି | କଥା ହେଲାବେଳେ ମୋବାଇଲ ଅଚାନକ କୌଣସି କାରଣ ବଶତଃ ବିସ୍ଫୋରଣ ହୋଇଯାଇଥାଏ | ମୋବାଇଲ ଚାର୍ଜରେ ଲଗାଇ କଥା ହେଲେ ମଧ୍ୟ ବିସ୍ଫୋରଣ ହୋଇଥାଏ | ବିସ୍ଫୋରଣରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି | ସେଥିପାଇଁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି ଚାର୍ଜରେ ଲଗାଇ କେବେ ହେଲେ ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ | ପୁଣି ମୋବାଇଲ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି |

ମହାରାଷ୍ଟ୍ରର ନାନ୍ଦେର ଜିଲ୍ଲାର ଜିଗରା ଗାଁରେ ମୋବାଇଲ ବିସ୍ଫୋରଣ ହୋଇ ଏକ ୮ ବର୍ଷ ଶିଶୁର ହାତର ୪ଟି ଆଙ୍ଗୁଠି ଛିଣ୍ଡି ଯାଇଛି | ଶିଶୁର ବାପା ଜଣେ କୃଷକ | ସେ ଅନଲାଇନରେ ୧୫୦୦ ଟଙ୍କାରେ ୩ଟି ମୋବାଇଲ କିଣିଥିଲେ |


ସୂଚନା ଅନୁଯାୟୀ, ଶିଶୁର ବାପା ଟିଭିରେ ବିଜ୍ଞାପନ ଦେଖିଥିଲେ ୧୫୦୦ ଟଙ୍କାରେ ୩ଟି ମୋବାଇଲ | ବିଜ୍ଞାପନ ଦେଖି ସେ ତୁରନ୍ତ ୩ଟି ଫୋନ ଅର୍ଡର କରିଥିଲେ | ୩ଟି ଫୋନରେ ଗୋଟିଏ ଘଣ୍ଟା ମଧ୍ୟ ଫ୍ରି ମିଳିଥିଲା | ଗତ ଦେଢ଼ ମାସ ହେଲା ସେ ଏହି ମୋବାଇଲ ବ୍ୟବହାର କରୁଥିଲେ | ରବିବାର ଦିନ ଯାଦବଙ୍କ ବଡ ପୁଅ ମୋବାଇଲରେ ଗେମ ଖେଳୁଥିଲେ | ଗେମ ଖେଳୁଥିବା ବେଳେ ଅଚାନକ ହାତରେ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣର ଶିଶୁର ହାତର ୪ଟି ଆଙ୍ଗୁଠି ଛିଣ୍ଡି ଗଲା |


ଶିଶୁକୁ ସଂଗେ ସଂଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ବର୍ତ୍ତମାନ ଶିଶୁର ଚିକିତ୍ସା ଚାଲିଛି |

   Related Posts