ମୋବାଇଲ ଟାଓ୍ବାର ବ୍ୟାଟେରୀ ଲୁଟ୍ ଉଦ୍ୟମ ପଣ୍ଡ : ଦୁଇ ଗିରଫ , ତିନି ଫେରାର, ବିପୁଳ ପରିମାଣରେ ଚୋରି ସାମଗ୍ରୀ ଜବତ

Published By : Prameya-News7 Bureau | March 17, 2020 IST

ବଡବିଲ ୧୭।୦୩:  ମୋବାଇଲ ଟାଓ୍ବାରରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ । ଘଟଣାରେ ତିନିଜଣ ଫେରାର ଅଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଳା ଠାରେ ଥିବା ଏକ ଘରୋଇ କମ୍ପାନୀର ମୋବାଇଲ୍ ଟାଓ୍ବାରରୁ ଚୋରି ହୋଇଛି । ସ୍କର୍ପିଓ ସହ ୨୪ଟି ବ୍ୟାଟେରୀ ଜବତ କରିଛି ପୋଲିସ ।

{"id":239705,"sizeSlug":"large"}

ସୂଚନାଯୋଗ୍ୟ ଯେ,  ସୋମବାର ଦିନ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ୫ ଜଣ ଦୁର୍ବୃତ୍ତ ଆସି ମୋବାଇଲ୍ ଟାଓ୍ବାରରୁ ବ୍ୟାଟେରୀ ଚୋରି କରୁଥିବାରେ କର୍ମଚାରୀ ଦେଖିବାକୁ ପାଇଥିଲା । ତେବେ ଘଟଣା ସ୍ଥଳରେ କର୍ମଚାରୀ ପହଞ୍ଚି ୨୪ଟି ବ୍ୟାଟେରୀକୁ,  ଓଆର ୨୩ ବି ୭୯୦୩ ନମ୍ବର ଥିବା  ସ୍କୋର୍ପିଓରେ ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିଲା । ବାସୁଦେବପୁର ଛକଠାରେ ଟାଓ୍ବାର କମ୍ପାନୀର ଅନ୍ୟ କର୍ମଚାରୀ ।

{"id":239706,"sizeSlug":"large"}

ଗାଡ଼ିକୁ ଅଟକାଇ ସେମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସମୟରେ ତିନି ଜଣ ଦୁର୍ବୃତ୍ତ ଖସି ପଳାଇ ଯିବାରେ  ସକ୍ଷମ ହୋଇଥିଲେ । କିନ୍ତୁ  ଦୁଇ ଜଣ ଅଭିଯୁକ୍ତଙ୍କୁ ଧରି ଚମ୍ପୁଆ ପୋଲିସକୁ ସୂଚନା ଦେଇଥିଲେ ଟାଓ୍ବାର କର୍ମଚାରୀ । ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଦୁଇଜଣଙ୍କୁ ଗିରଫ କରିବା ସହ ଘଟଣାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି  ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.